‘ବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲୁ, ପୁଲିସ ଏନ୍‌କାଉଣ୍ଟର କଲା, ଆମେ ରାତିସାରା ପାଣି ଭିତରେ ରହିଲୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

‘ବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲୁ, ପୁଲିସ ଏନ୍‌କାଉଣ୍ଟର କଲା, ଆମେ ରାତିସାରା ପାଣି ଭିତରେ ରହିଲୁ’

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ପୁଣି ପୁଲିସ ବିରୋଧରେ ଗର୍ଜିଲେ ଗ୍ରାମବାସୀ। ଏକତ୍ରିତ ହେଲେ ୯ ଟି ଗ୍ରାମର ଶତାଧିକ ଲୋକେ।  ନିରୀହ ଗ୍ରାମବାସୀଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ଗ୍ରାମବାସୀ। ମିଥ୍ୟା ଦର୍ଶାଇଲେ ପୁଲିସ ଏନକାଉଣ୍ଟର। ଏହାକୁ ନେଇ  ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଂଚଳ ମୁଦୁଲିଗୁଡାରେ ପ୍ରଜାମେଳି ହୋଇଥିଲା। ଦେଶୀ ଡଙ୍ଗା ଏବଂ ମୋଟର ଲଞ୍ଚ ମାଧ୍ୟମରେ ମୁଦୁଲିଗୁଡା ଘାଟ ଠାରେ ସମସ୍ତ ଗ୍ରାମବାସୀ ପହଞ୍ଚିଥିଲେ। ପ୍ରଜାମେଳିରେ ପୁଲିସ ସେମାନଙ୍କ ଅଂଚଳର ଲୋକଙ୍କ ଉପରେ ଜୁଲୁମ କରୁଥିବା ଅଭିଯୋଗ କରିଥିଲେ।

ଏଥିସହ ଗତ ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟାରେ ପୁଲିସର ଏସଓଜି ଏବଂ ଡିଭିଏଫ ଯବାନମାନେ  ମିଳିତ ଭାବରେ ଯେଉଁ ଏକ ମୋଟର ଲଞ୍ଚ ଉପରକୁ ଗୁଳି ଚାଳନା କରିଥିଲେ ସେଥିରେ ମାଓବାଦୀ ନଥିବା ଗ୍ରାମବାସୀ କହିଥିଲେ। ସେହି ମୋଟର ଲଞ୍ଚରେ ସେତ ହନ୍ତାଳ ନାମ୍ନୀ ଜଣେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ  ଅଣ୍ଡିରାପାଲ୍ଲୀ ପଞ୍ଚାୟତର ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା କହିଥିଲେ। ତେବେ ବାରମ୍ବାର  ଗ୍ରାମବାସୀ କହିବା ସତ୍ତ୍ୱେ ମଧ୍ୟ ପୁଲିସ କଣ ପାଇଁ ସେମାନଙ୍କ ଉପରେ ଗୁଳିଚାଳନା କଲେ ଏନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ମୋଟର ଲଞ୍ଚର ୩ ମହିଳାଙ୍କ ସହ ୬ ପୁରୁଷ ସର୍ବମୋଟ ୯ ଜଣ ଥିଲେ। ଯଦି କେହି ମୃତ୍ୟୁବରଣ କରିଥାନ୍ତେ ତା’ହେଲେ ପୋଲିସ ଦାୟୀ ରହିଥାନ୍ତା କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହି ପ୍ରଜାମେଳିରେ ନାକାମାମୁଢି ପଞ୍ଚାୟତର ୯ ଟି ଗ୍ରାମ ଯଥା ଆମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ବକୁଳି, ନାରୀଙ୍ଗଝୋଲି, ମୁଦୁଲିଗୁଡା, ରାବା, ଟାଇମାଲ ଓ ଲାଡିଗୁଡା ଗ୍ରାମର ଶତାଧିକ ଲୋକେ ସ୍ୱର ଉତ୍ତୋଳନ କରିଛନ୍ତି। ଏହାସହ ପୁଲିସ ଗୁଳି ଚାଳନା କରିବା ପରେ ମୋଟର ଲଞ୍ଚରେ ଥିବା ଗ୍ରାମବାସୀ ରାତି ସାରା ସେହି ଲଞ୍ଚରେ ରହି ବଡ଼ି ଭୋର ଘରକୁ ଫେରିଥିଲେ।

ରାତିରେ କିନ୍ତୁ ପୁଲିସ ମୁଦୁଲିଗୁଡାର ସମସ୍ତ ଘରକୁ ଯାଇ ନିରୀହ ଆଦିବାସୀ ଙ୍କୁ ଘରୁ ବାହାରକୁ କାଢି ମାଡ଼ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ସମୟରେ ଏପରି ନିରୀହ ଆଦିବାସୀଙ୍କୁ ପୁଲିସ ମାରି ନକ୍ସଲ ଦର୍ଶାଉଥିବା ପ୍ରଜାମେଳିରେ କହିଥିଲେ। ଯଦି ଆଗାମୀ ଦିନରେ ପୁଲିସ ଏହି  ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରେ ତାହେଲେ ବିଏସଏଫ କ୍ୟାମ୍ପକୁ  ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

The post ‘ବୃଦ୍ଧାଙ୍କୁ ଡାକ୍ତରଖାନା ଆଣୁଥିଲୁ, ପୁଲିସ ଏନ୍‌କାଉଣ୍ଟର କଲା, ଆମେ ରାତିସାରା ପାଣି ଭିତରେ ରହିଲୁ’ appeared first on Odisha Reporter.



from Odisha Reporter https://ift.tt/2NqY6LJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages