ଯୁବରାଜ-ପ୍ରଜ୍ଞାନ ଓଝା କେକ୍‌ ଫାଇଟ୍‌, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

ଯୁବରାଜ-ପ୍ରଜ୍ଞାନ ଓଝା କେକ୍‌ ଫାଇଟ୍‌, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଭରତୀୟ ଦଳର କିମ୍ବଦନ୍ତୀ କ୍ରିକେଟର ମଧ୍ୟରେ ଜୋରଦାର କେକ୍ ଫାଇଟ। ଜଣେ ଆଉ ଜଣକୁ କେକ୍ ବୋଳିବା ପାଇଁ କରୁଛନ୍ତି ପ୍ରୟାସ । ପ୍ରଥମେ ପ୍ରଜ୍ଞାନ ଓଝାଙ୍କ ଉପରେ କେକ୍‌ ବର୍ଷା ହେବା ପରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ କେକ୍ ବୋଳିବା ପାଇଁ ତାଙ୍କ ପଛରେ ଦୌଡୁଛନ୍ତି ପ୍ରଜ୍ଞାନ। ତେବେ ଧରା ଦେଉନାହାନ୍ତି ଯୁବି।

ଶେଷରେ ମହମ୍ମଦ କୈଫ ଆସି ଯୁବିଙ୍କୁ ପଛପଟୁ ଧରିବା ପରେ ଉଭୟ ପ୍ରଜ୍ଞାନ ଏବଂ ଯୁବରାଜ କେକ ବୋଳା ବୋଳି ହୋଉଛନ୍ତି। କେବଳ ସେତିକି ନୁହେଁ ମହମ୍ମଦ କୈଫଙ୍କୁ ମଧ୍ୟ ଛାଡୁ ନାହାନ୍ତି ଯୁବରାତ। ତାଙ୍କ ମୁହଁରେ ମଧ୍ୟ ଯୁବରାଜ କେକ୍‌ ବୋଳି ଦେଉଛନ୍ତି। ଏହି ସମସ୍ତ ଘଟଣାର ଏକ ମଜାଦାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୧୬ ମାର୍ଚ୍ଚ ୨୦୧୨ରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ଅନ୍ତର୍ଜାତୀୟ କ୍ୟାରିଅରରେ ୧୦୦ତମ ଶତକ ପୂରଣ କରିଥିଲେ। ବାଙ୍ଗଲାଦେଶ ବିପକ୍ଷ ମ୍ୟାଚ୍‌ରେ ତେନ୍ଦୁଲକର ତାଙ୍କ ଓଡିଆଇ କ୍ୟାରିଅରେ ୪୯ତମ ଶତକ ହାସଲ କରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ତମ ଶତକର ରେକର୍ଡ ସୃଷ୍ଟି କରିଥିଲେ। ତେବେ ଗତକାଲି ସଚିନଙ୍କ ଏହି ରେକର୍ଡକୁ ୮ ବର୍ଷ ପୂର୍ତ୍ତି ହୋଇଥିଲା।

ଏହି ଅବସରରେ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଭାରତୀୟ କିମ୍ବଦନ୍ତୀ ଖେଳାଳିମାନେ ମିଶି ଉତ୍ସବ ପାଳନ କରିଥିଲେ। ସଚିନ ତେନ୍ଦୁଲକର କେକ୍ କାଟିଥିଲେ। ଏହି ସେଲିବ୍ରେସନରେ ଯୁବରାଜ ସିଂହଙ୍କ ସମେତ ଅନେକ ପୂର୍ବତନ କ୍ରିକେଟ ଖେଳାଳି ସାମିଲ ହୋଇଥିଲେ। ସଚିନ କେକ୍‌ କାଟିବାର ଭିଡିଓକୁ ପ୍ରଜ୍ଞାନ ଓଝା ସେଆର କରିଥିଲେ।

ପ୍ରଜ୍ଞାନ ଓଝାଙ୍କ ବ୍ୟତୀତ ରୋହନ ଗଭାସ୍କର ମଧ୍ୟ ଏକ ଭିଡିଓ ସେଆର କରିଛନ୍ତି, ଯେଉଁଥରେ ଖେଳାଳିଙ୍କ ନିଆରା ସେଲିବ୍ରେସନ ଦେଖିବାକୁ ମିଳିଛି।  ଭିଡିଓରେ ଯୁବରାଜ ସିଂହ ଏବଂ ଓଝା ପରସ୍ପରକୁ କେକ ଫିଙ୍ଗିବା ସହ ବୋଳିବା ପାଇଁ ଚେଷ୍ଟା କରୁଥିବା ନଜର ଆସିଛନ୍ତି। ଭିଡିଓରେ ଯୁବରାଜ ସିଂହ, ମହମ୍ମଦ କୈଫ, ଇଫ୍ରାନ ଫଠାନ, ବିରେନ୍ଦ୍ର ସେହୱାଗଙ୍କ ସମେତ ଅନେକ କ୍ରିକେଟରଙ୍କୁ ଦେଖିବାକୁ ମିଳିଛି।

ରୋହନ ଗଭାସ୍କର ସେଆର କରିଥିବା ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଲୋକଙ୍କୁ ଭିଡିଓଟି ବେଶ ପସନ୍ଦ ଆସିବା ସହ ପ୍ରଶଂସକମାନେ କମେଣ୍ଟ ମଧ୍ୟ କରୁଛନ୍ତି।

The post ଯୁବରାଜ-ପ୍ରଜ୍ଞାନ ଓଝା କେକ୍‌ ଫାଇଟ୍‌, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3ttdJkZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages