ମହାରାଷ୍ଟ୍ର: ଆହୁରି କଠୋର ହେଲା କରୋନା କଟକଣା। ଏଣିକି ମାର୍କେଟରେ ଘଣ୍ଟାଏ ବିତାଇଲେ ଦେବାକୁ ପଡିବ ୫ ଟଙ୍କା ଫାଇନ୍। ଯଦି ଘଣ୍ଟାଏରୁ ଅଧିକ ସମୟ ହୁଏ ତେବେ ୫ଶହ ଟଙ୍କା ଫାଇନ ଦେବାକୁ ପଡିବ। ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବଜାରରେ ଭିଡ ନିୟନ୍ତ୍ରଣ ପାଇଁ ଏଭଳି ନିଆରା ଉପାୟ ଆପଣାଇଛି ପ୍ରଶାସନ। ମହାରାଷ୍ଟ୍ରର ନାସିକରେ ଏହି ନୂଆ କଟକଣା ଜାରି ହୋଇଛି।
ବଜାର ଭିତରକୁ ପ୍ରବେଶ କରିବା ପୂର୍ବରୁ ପ୍ରତିଟି ବ୍ୟକ୍ତି ୫ ଟଙ୍କା ଦେଇ କୁପନ କିଣିବାକୁ ପଡିବ। ଏହି କୁପନ ଧରି ବଜାରରେ ଜଣେ ବ୍ୟକ୍ତି ଏକ ଘଣ୍ଟା ବିତାଇ ପାରିବେ। ଯଦି ଡେଡ୍ଲାଇନ୍ ପାର୍ ହୁଏ ତେବେ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ ବୋଲି ନାସିକ ମ୍ୟୁନିସିପାଲ କର୍ପୋରେସନ କଟକଣା ଜାରି କରିଛି।
ଏହି ନୂଆ ନିୟମ ନାଶିକ ସହରର ମୁଖ୍ୟ ବଜାର ଅଞ୍ଚଳ, ନାଶିକ ବଜାର କମିଟି, ଅମ୍ବାଡର ପୱନ ନାଗର ବଜାର, ସତପୁରର ଅଶୋକ ନାଗର ବଜାର ଏବଂ ଇନ୍ଦିରାନଗରର କଲାନଗର ବଜାରରେ ଲାଗୁ ହେବ। ଏନେଇ ଜୋନାଲ ଆଇଆଇସି ସୂଚନା ଦେଇଛନ୍ତି। ଏହି ସବୁ ବଜାର ଅଞ୍ଚଳରେ କେବଳ ଗୋଟିଏ ପ୍ରବେଶ ପଥ ରହିବ। ଆଉ ସମସ୍ତ ରାସ୍ତା ସିଲ୍ କରାଯିବ। କେବଳ ସେତିକି ନୁହେଁ ପରିବାର ଦୋକାନୀ ଏବଂ ତେଜରାତି ଦୋକାନିଙ୍କ ପାଇଁ ମଧ୍ୟ ପାସ୍ ବ୍ୟବସ୍ଥା ହୋଇଛି। ପ୍ରଶାସନଠାରୁ ପାସ୍ ନେଇ ସେମାନେ ବଜାରରେ ପ୍ରବେଶ କରିବେ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନାସିକ ମ୍ୟୁନିସିପାଲ କର୍ପୋରେସନ ଏଭଳି କଡା କଟକଣା ଜାରି କରିଛନ୍ତି। ବିଶେଷ କରି ବଜାର ଅଞ୍ଚଳର ଭିଡ ଅଧିକ ହେଉଥିବାରୁ କରୋନା ବ୍ୟାପିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ନିଆରା ଉପାୟ ଆପଣାଇଛି ପ୍ରଶାସନ।
The post ମାର୍କେଟ୍ରେ ଘଣ୍ଟାକରୁ ଅଧିକ ବୁଲିଲେ ୫୦୦ ଫାଇନ୍ appeared first on Odisha Reporter.
from Odisha Reporter https://ift.tt/3u0GXb6
No comments:
Post a Comment