ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଡୋଜ୍ ଟିକା ଅଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 30, 2021

ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଡୋଜ୍ ଟିକା ଅଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଡୋଜ୍ ଟିକା ମହଜୁଦ ଅଛି। ୪୦ ଲକ୍ଷ ଡୋଜ୍ ପହଞ୍ଚି ସାରିଛି। ୨୩ ଲକ୍ଷ ଡୋଜ୍ ଦିଆସରିଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏପ୍ରିଲ୍ ପହିଲାରୁ ଦୈନିକ ୨ ଲକ୍ଷ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ୍ ୨ରେ ଆଉ ୯ ଲକ୍ଷ ୮୮ ହଜାର ୨୫୦ ଡୋଜ୍ ଟିକା ଆସିବ। ଟିକାକରଣରେ ରାଜ୍ୟର ୯ଟି ଜିଲ୍ଲା ପଛରେ ଥିବା କହିଛନ୍ତି  ନିର୍ଦ୍ଦେଶକ।

ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର ଓ ନୂଆପଡ଼ା ଟିକାକରଣରେ ପଛରେ ପଡ଼ିଛନ୍ତି। ଟିକା ନଷ୍ଟ ହେବାରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି।

ଅନ୍ୟ ରାଜ୍ୟରେ ୧୦% ନଷ୍ଟ ହୋଇଥିବା ବେଳେ ଓଡ଼ିଶାରେ ୦.୨% ଟିକା ନଷ୍ଟ ହେଉଛି । ଏହାରି ଭିତରେ କରୋନା ଗ୍ରାଫ ମଧ୍ୟ ଦିନକୁ ଦିନ ଉପରମୁହାଁ ହେଲାଣି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୧୮ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୨୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୮୯। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୨୯, ସୁନ୍ଦରଗଡ଼ରୁ ୨୬, ଖୋର୍ଦ୍ଧାରୁ ୨୫, କଟକରୁ ୧୬, କଳାହାଣ୍ଡିରୁ ୧୩ ଓ  ଅନୁଗୁଳରୁ ୧୨  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୬ ହଜାର ୮୦୯ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ  ଆକ୍ଟିଭ କେସ୍‌ ଏବେ ୧୮୩୭ ରହିଛି।

The post ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଡୋଜ୍ ଟିକା ଅଛି appeared first on Odisha Reporter.



from Odisha Reporter https://ift.tt/3w8aAt4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages