ଅଚାନକ ଘରେ ଲାଗିଲା ନିଆଁ, ଜଳିଗଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 25, 2021

ଅଚାନକ ଘରେ ଲାଗିଲା ନିଆଁ, ଜଳିଗଲେ ମହିଳା

ବାସୁଦେବପୁର(କିର୍ତ୍ତି ଦାସ): ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ଉଚ୍ଚଡ଼ିହା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଅଗ୍ନିକାଣ୍ଡରେ ୪ପରିବାରର ୧୦ବଖରା ଘର ଭସ୍ମୀଭୂତ ହୋଇଯାଇଛି ।  ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଥିବା ମହିଳା ହେଉଛନ୍ତି ୪୫ବର୍ଷିୟ କନକଲତା ବାରିକ ।

ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ନିଆଁ ଲାଗିଥିଲା । ପରିବାର ଲୋକ ଜୀବନ ବିକଳେ ଘରୁ ବାହାରକୁ ବାହାରି ଆସିଥିବା ବେଳେ କନକଲତା ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। କନକଲତାଙ୍କ ମାନସିକ ବିକୃତି  ଥିବା ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି।

ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ସବୁକିଛି ଜଳି ପାଉଁଶ ହୋଇ ସାରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ ।

The post ଅଚାନକ ଘରେ ଲାଗିଲା ନିଆଁ, ଜଳିଗଲେ ମହିଳା appeared first on Odisha Reporter.



from Odisha Reporter https://ift.tt/3rpsfc0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages