‘ପିନ୍ଧା ଲୁଗା ଛଡ଼ା ଆଖି ପିଛୁଳାକେ ସବୁ ଜଳିଗଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

‘ପିନ୍ଧା ଲୁଗା ଛଡ଼ା ଆଖି ପିଛୁଳାକେ ସବୁ ଜଳିଗଲା’

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ହେଙ୍ଗୁପତି ଗାଁରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ  ଘଟି ୮ପରିବାରର ୧୫ବଖରା ଘର ଜଳିଯାଇଛି । ଏଥିସହିତ ୧୧ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ରାତିରେ କାଳ ବୈଶାଖୀ ପ୍ରଭାବରେ ବଜ୍ରାଘାତ ଯୋଗୁ ଅଗ୍ନିକାଣ୍ଡ ଘଟି ଏପରି  କ୍ଷୟକ୍ଷତି ହୋଇଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି । ତେବେ ନିଆଁର ପ୍ରଭାବ ଏତେ ଥିଲା ଯେ ଚାହୁଁ ଚାହୁଁ ୧୫ ବଖରା ଘର ସମ୍ପୂର୍ଣ୍ଣ ଜାଳିପୋଡ଼ି ପାଉଁଶ ହେବାସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି।

ତିହିଡ଼ି ଓ ଗଦି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେହେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ପିନ୍ଧା ଲୁଗା ଛାଡ଼ିଦେଲେ ଧାନ, ଚାଉଳ , ଘରର ଆସବାବାପତ୍ର ସାଙ୍ଗକୁ ଅନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି ।

The post ‘ପିନ୍ଧା ଲୁଗା ଛଡ଼ା ଆଖି ପିଛୁଳାକେ ସବୁ ଜଳିଗଲା’ appeared first on Odisha Reporter.



from Odisha Reporter https://ift.tt/3csdxwB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages