‘ମା’ ହିସାବରେ ମୁଁ ବହୁତ ଖୁସି, ୟାଠୁ ବଳି ଖୁସି ଖବର କିଛି ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

‘ମା’ ହିସାବରେ ମୁଁ ବହୁତ ଖୁସି, ୟାଠୁ ବଳି ଖୁସି ଖବର କିଛି ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଦୀପ ମହାରଥୀଙ୍କ ପୁଅକୁ ପିପିଲିରୁ ପ୍ରାର୍ଥୀ କରିବା ସହ ଆମ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ତାଙ୍କ ନିକଟରେ ବହୁ କୃତଜ୍ଞ। ୟାଠୁ ବଳି ଖୁସି ଖବର କିଛି ନାହିଁ। ମୁଁ ମା’ ହିସାବରେ ବହୁତ ଖୁସି।” ପିପିଲି ନିର୍ବାଚନରେ ମହାରଥୀ ପରିବାରର କାହାକୁ ଟିକେଟ ମିଳିବ ବୋଲି ଅଙ୍କକଷା ଚାଲିଥିବା ବେଳେ ବିଜେଡି ତରଫରୁ ରୁଦ୍ରଙ୍କ ନାମ ଘୋଷଣା କରାଯିବା ପରେ ଏପରି ଭାବେ ନିଜ ଖୁସି ବ୍ୟକ୍ତ କରିଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ।

ପିପିଲିରୁ ପୁଅ ରୁଦ୍ରକୁ ଟିକେଟ୍ ମିଳିବା ପରେ ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ତଥା ରୁଦ୍ରଙ୍କ ମା’ ପ୍ରତିଭା ମହାରଥୀ । ରୁଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଜଣେ ମା’ ହିସାବରେ ସେ ସବୁଠୁ ଅଧିକା ଖୁସି । ମା’ ଭାବେ ରୁଦ୍ରଙ୍କ ଉପରେ ତାଙ୍କର  ଆଶୀର୍ବାଦ ରହିଥିବା କହିଛନ୍ତି ପ୍ରତିଭା । ତାଙ୍କ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ପ୍ରତିଭା, ପୁଅ ରୁଦ୍ର ଏବଂ ଝିଅ ପଲ୍ଲବୀଙ୍କ ସହ ବିଜେଡିର ବରିଷ୍ଠ ନେତା ଆଲୋଚନା କରିଥିଲେ । ଏହାପରେ ଏହି ପ୍ରତିକ୍ରିୟା ରଖିଛନ୍ତି ପ୍ରତିଭା ମହାରଥୀ । ପିପିଲିରୁ ଏଥର ବିଜେଡି ଟିକେଟ୍ ପାଇଁ ପ୍ରତିଭା ମହାରଥୀ ଓ ରୁଦ୍ରଙ୍କ ନାଁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ରୁଦ୍ରଙ୍କୁ ଦଳ ପ୍ରାର୍ଥୀ ଘୋଷଣା ପରେ ପ୍ରତିଭା ଏଥିରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଏପରିକି ବିଜେଡି ନେତା ତାଙ୍କ ସହ ଆଲୋଚନା ପାଇଁ ପ୍ରୟାସ କରି ବିଫଳ ହୋଇଥିବା ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ,  ବିଜେଡିର ଗଡ଼ କୁହାଯାଉଥିବା  ପିପିଲି ବିଧାନସଭା କ୍ଷେତ୍ରରୁ ପ୍ରଦୀପ ମହାରଥୀ ୭ ଥର ବିଧାୟକ ଭାବେ ଜିତି ମନ୍ତ୍ରୀ ପଦ ବି ପାଇଥିଲେ। ତେବେ କରୋନାରେ ମୃତ୍ୟୁ ପରେ ପିପିଲି ନିର୍ବାଚନକୁ ନେଇ ପାଣିପାଗ ଉଷ୍ମ  ରହିଥିଲା। ବିଜେଡି ତରଫରୁ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ ନାନା ଅଙ୍କକଷା ଆରମ୍ଭ ହୋଇଯାଇଥିଲା।

ମହାରଥୀଙ୍କ ପରିବାର ସପକ୍ଷରେ ଅନୁକମ୍ପା ହାୱା ରହିଥିବା ବେଳେ ଟିକେଟ ରେସ୍‌ରେ ତାଙ୍କ ପତ୍ନୀ ଓ ପୁଅ ଥିବା ଆଲୋଚନା ହେଉଥିଲା। ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି। ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି  ପ୍ରତିଭା ମହାରଥୀ କହିଥିଲେ।

ଅପରପକ୍ଷେ ପୁଅ ରୁଦ୍ର ମଧ୍ୟ ନିଜ ଇଚ୍ଛା ବ୍ୟକ୍ତ କରି “ବାପାଙ୍କ ସହ ୨ଟି ନିର୍ବାଚନ ବୁଲିଛି। ଅଭିଜ୍ଞତା ଅଛି। ତେଣୁ ମୁଁ ଜନ୍ମରୁ ରେଡି ବୋଲି କହି ପ୍ରାର୍ଥୀ ରେସ୍‌ରେ ସେ ସାମିଲ ଥିବା ସୂଚାଇ ଦେଇଥିଲେ। ଏହାବ୍ୟତୀତ  ପ୍ରଦୀପ ମହାରଥୀଙ୍କ ଭାଇ  ପ୍ରଣୟ ମହାରଥୀ ଖୋଲାଖୋଲି ଭାବେ ପୁତୁରା ରୁଦ୍ର ପ୍ରସାଦ ମହାରଥୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ବେଳେ ଭାଉଜଙ୍କୁ ଟିକେଟ ଦିଆଗଲେ ଭବିଷ୍ୟତ କଥା କହିପାରିବୁ ନାହିଁ ବୋଲି କହିଥିଲେ।

The post ‘ମା’ ହିସାବରେ ମୁଁ ବହୁତ ଖୁସି, ୟାଠୁ ବଳି ଖୁସି ଖବର କିଛି ନାହିଁ’ appeared first on Odisha Reporter.



from Odisha Reporter https://ift.tt/31rDKFy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages