ନୂଆଦିଲ୍ଲୀ: ପୁଣି ଡରାଇଲାଣି ମହାମାରୀ କରୋନା। ଉଗ୍ର ହୋଇଛି କୋଭିଡ-୧୯ ଭାଇରସ। ଗତ କିଛି ଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି। ଆଜି ବି୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୫୬ ହଜାର ୨୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୭୧ ଜଣ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଟୁଇଟ କରି ସୂଚନା ଦେଇଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ଗୁଜରାଟର ୮ଟି ରାଜ୍ୟରୁ ୮୬ ପ୍ରତିଶତ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୮ଟି ରାଜ୍ୟର କରୋନା ମାମଲାକୁ ଦୃଷ୍ଟିରେ ରଖି ସେଠାକାର ରାଜ୍ୟ ସରକାର କଟକଣା କଡାକଡି କରିଛନ୍ତି।
ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨୦ ଲକ୍ଷ ୯୫ ହଜାର ୮୫୫କୁ ବୃଦ୍ଧି ପାଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ଲୋକ ସୁସ୍ଥ ହୋଇସାରିଲେଣି। ୫ଲକ୍ଷ ୪୦ ହଜାର ୭୨୦ଟି ଆକ୍ଟିଭ କେସ୍ ରହିଛି। ଅନ୍ୟପଟେ କରୋନାରେ ସଂକ୍ରମିତ ହୋଇ ୧ ଲକ୍ଷ ୬୨ ହଜାର ୧୧୪ ଜଣ ପ୍ରାଣ ହରାଇଛନ୍ତି।
The post କମୁନି ସଂକ୍ରମଣ, ଦିନକରେ ୫୬ ହଜାର ଟପିଲା ପଜିଟିଭ କେସ୍ appeared first on Odisha Reporter.
from Odisha Reporter https://ift.tt/3fpDVt3
No comments:
Post a Comment