ନୂଆଦିଲ୍ଲୀ: କରୋନା କବଳରେ ନ୍ୟାଶନାଲ କନଫରେନ୍ସର ଅଧ୍ୟକ୍ଷ ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲା। ଏନେଇ ଫାରଖ ଅବଦୁଲ୍ଲାଙ୍କ ପୁଅ ଉମର ଅବଦୁଲ୍ଲା ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ପରିବାରର ସମସ୍ତ ସଦସ୍ୟ ହୋମ କ୍ୱାରେଣ୍ଟାଇନରେ ଥିବା ସେ କହିଛନ୍ତି। ଗତ କିଛି ଦିନ ହେବ ଫାରୁଖ ଅବଦୁଲ୍ଲାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କହିବା ସହ ତାଙ୍କର କୋଭିଡ ଟେଷ୍ଟ କରାନେବା ପାଇଁ ଉମର ପରାମର୍ଶ ଦେଇଛନ୍ତି।
ଉମର ଅବଦୁଲ୍ଲା ଟ୍ୱିଟ୍ କରି କହିଛନ୍ତି, ମୋ ବାପାକ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କ ଟେଷ୍ଟ କରାଯାଥିଲା। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଯେଉଁ ପର୍ଯ୍ୟନ୍ତ ପରିବାର ଲୋକଙ୍କ କରୋନା ଟେଷ୍ଟ ହୋଇନି ସେ ପର୍ଯ୍ୟନ୍ତ ସମସ୍ତ ପରିବାର ସଦସ୍ୟ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ସେ କହିଛନ୍ତି।
My father has tested positive for COVID-19 & is showing some symptoms. I will be self-isolating along with other family members until we get ourselves tested. I request anyone who has come in to contact with us over the last few days to take all the mandated precautions.
— Omar Abdullah (@OmarAbdullah) March 30, 2021
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨ ତାରିଖ ଦିନ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ ଫାରୁଖ ଅବଦୁଲ୍ଲା। ଏନେଇ ଉମର ଟୁଇଟ କରି ସୂଚନା ଦେଇଥିଲେ। ଫାରଖଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଟିକା ନେଇଥିଲେ। ତେବେ ଟିକା ନେବାର ୨୮ ଦିନ ମଧ୍ୟରେ ଫାରୁଖ ଅବଦୁଲ୍ଲା କରୋନା ପଜିଟିଭ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ ଜମ୍ମୁ କାଶ୍ମୀରରେ ୨୩୫ଟି କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୩୦ ହଜାର ୨୨୮କୁ ବୃଦ୍ଧି ପାଇଛି। ସେହିପରି ୧ ଲକ୍ଷ ୨୬ ହଜାର ୧୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୮୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ୧୧୦ଟି ଆକ୍ଟିଭ କେସ୍ ରହିଛି।
The post ଟିକା ନେବା ପରେ ବି ମାଡ଼ି ବସିଲା କରୋନା appeared first on Odisha Reporter.
from Odisha Reporter https://ift.tt/3u50BTp
No comments:
Post a Comment