ଡେରାଡୁନ: ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାରେ ବିଜେପି ନେତା ତଥା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ୱତ। ଫଟା ଜିନ୍ସ ମନ୍ତବ୍ୟ ପାଇଁ କ୍ଷମା ମାଗିବା ପରେ ଏବେ କହିଛନ୍ତି ଆମେରିକା ଭାରତକୁ ୨୦୦ ବର୍ଷ ଧରି ଶାସନ କରିଛି। ଯାହାକୁ ନେଇ ଏହି ନୂଆ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୋଶାଲ ମିଡିଆ ଯୁଜର। ଉତ୍ତରାଖଣ୍ଡର ରାମନଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ତିରଥ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି, କୋଭିଡ୍ ମହାମାରୀ ବେଳେ ଅନେକ ଦେଶ ପ୍ରଭାବିତ ହୋଇଛି। ଭାରତ ଯେଉଁଭଳି ଭାବରେ ମୋଦିଙ୍କ ନେତୃତ୍ୱରେ କରୋନା ମୁକାବିଲା କରିଛି ତାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ଆମେରିକା ଯିଏକି ଭାରତକୁ ୨୦୦ ବର୍ଷ ଧରି ଶାସନ କରି କରିଥିଲା ସେ ବି ଏହି ମହାମାରୀରେ ପ୍ରଭାବିତ ହୋଇଛି। ଆଉ ସଂଘର୍ଷ କରୁଛି ବୋଲି ତିରଥ କହିଛନ୍ତି।
#WATCH हर घर में पर यूनिट 5 किलो राशन दिया गया।10 थे तो 50 किलो, 20 थे तो क्विंटल राशन दिया। फिर भी जलन होने लगी कि 2 वालों को 10 किलो और 20 वालों को क्विंटल मिला। इसमें जलन कैसी? जब समय था तो आपने 2 ही पैदा किए 20 क्यों नहीं पैदा किए: उत्तराखंड CM मुख्यमंत्री तीरथ सिंह रावत pic.twitter.com/cjh2hH5VKh
— ANI_HindiNews (@AHindinews) March 21, 2021
ସେହିପରି ରାଶନ ଜଣେ କେମିତି ଅଧିକ ପାଇବେ ସେ ବାବଦରେ କହିଛନ୍ତି କୋଭିଡ୍ ବେଳେ ପ୍ରତ୍ୟେକ ଘରେ ସରକାର ମୁଣ୍ଡ ପିଛା ୫ କିଲୋ ଲେଖାଏଁ ରାଶନ ବାଣ୍ଟିଛନ୍ତି। ଯେଉଁ ପରିବାରରେ ୧୦ ଜଣ ଥିଲେ ସେହି ପରିବାରକୁ ୫୦ କିଲୋ ଏବଂ ୨୦ ଜଣ ଥିଲେ ଏକ କ୍ୱିଣ୍ଟାଲ ଚାଉଳ ମିଳିଛି। ଆଉ ଏହାକୁ ନେଇ କିଛି ଲୋକ ପ୍ରଶ୍ନ କରିଛନ୍ତି। ଯେଉଁମାନେ ବାରମ୍ୱାର ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରଶ୍ନ କରନ୍ତି। ଯେତେବେଳେ ସମୟ ଥିଲା ସେତେବେଳେ ୨୦ ଜଣଙ୍କୁ କାହିଁକି ଜନ୍ମ କଲେନି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି କରିଥାନ୍ତେ ଆଜି ଅଧିକ ରାଶନ ପାଇଥାନ୍ତେ ବୋଲି ତିରଥ କହିଛନ୍ତି।
ସୂଚନାଯୋଗ୍ୟ, ଏହାପୂର୍ବରୁ ମହିଳାଙ୍କ ଜିନ୍ସ ପିନ୍ଧିବାକୁ ନେଇ ତିରଥ ସିଂହ ପ୍ରତିକ୍ରିୟା ରଖିଥିଲେ। ଯାହାକୁ ନେଇ ସାରା ଦେଶରେ ସମାଲୋଚିତ ହୋଇଛନ୍ତି । ଆରଏସଏସ ସହ ଜଡ଼ିତ ଥିବା ଏହି ବିଜେପି ନେତା କହିଥିଲେ, ବିମାନରେ ଯିବାବେଳେ ଥରେ ତାଙ୍କର ସହଯାତ୍ରୀ ଜଣେ ମହିଳା ଥିଲେ। ଯିଏକି ପେଶାରେ ଜଣେ ସାମାଜିକ କର୍ମୀ ଥିଲେ ଏବଂ ଏନଜିଓ ଚଳାଉଥିଲେ। ହେଲେ ତାଙ୍କର ପୋଷକ ପିନ୍ଧିବା ଉପରେ ପ୍ରଶ୍ନ ଉଠାଇ ତିରଥ କହିଥିଲେ ସେ ଫଟା ଜିନ୍ସ ପିନ୍ଧିଥିଲେ। ଯଦିଓ ଏହାକୁ ଧନୀ ଲୋକଙ୍କ ପୋଷାକ ବୋଲି କହୁଛନ୍ତି ହେଲେ ଏମିତି ପୋଷକ ପିନ୍ଧୁଥିବା ବ୍ୟକ୍ତି କେମିତି ସମାଜକୁ ସଂସ୍କାର ଦେବ ବୋଲି କହିଥିଲେ। ପରେ ବିବାଦୀୟ ହେବା ପରେ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ।
The post ‘ଆମେରିକା ଭାରତକୁ ୨୦୦ ବର୍ଷ ଧରି ଶାସନ କରିଥିଲା’ appeared first on Odisha Reporter.
from Odisha Reporter https://ift.tt/313T3DZ
No comments:
Post a Comment