କନ୍ଧମାଳକୁ ଫେରିବ ଜଗା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

କନ୍ଧମାଳକୁ ଫେରିବ ଜଗା!

ଫୁଲବାଣୀ (ତ୍ରିନାଥ ସାହୁ): ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ କାଳିଆର ପରଲୋକ ହୋଇଯାଇଥିବା ବେଳେ ଜଗାକୁ କନ୍ଧମାଳକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଜଗା ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ତାକୁ ସେଠାରୁ ଆଣି ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଆଜି ଏଠାରୁ ଦୁଇ ଜଣିଆ ଡାକ୍ତରୀ ଟିମ୍ ଏସ୍‌ସିବି ଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଅଭୟ ପଟ୍ଟନାୟକ।

ଏହି ଦୁଇ ଜଣିଆ ଡାକ୍ତରୀ ଟିମ୍ ଜଗାର ଚିକିତ୍ସା ପଦ୍ଧତି ସଂପର୍କରେ ଏସ୍‌ସିବିର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବେ। ତା’ପରେ ଜଗାକୁ ଏଠାକୁ ଅଣାଯିବାର ଯୋଜନା ରହିଛି ବୋଲି ଏଡିଏମ୍‌ଓ କହିଛନ୍ତି।

ଜଗାକୁ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠାର ଏକ କ୍ୟାବିନ୍‌ରେ ବ୍ୟବସ୍ଥା କରାଯାଇଛି। ଜଗାକୁ ସେହି କ୍ୟାବିନ୍‌ରେ ରଖି ଚିକିତ୍ସା କରାଯିବ ବୋଲି ଏଡିଏମ୍‌ଓ ଅଭୟ ପଟ୍ଟନାୟକ କହିଛନ୍ତି।

ମା’ କୋଳରେ ଜଗା, କାଳିଆ (ଫାଇଲ ଫଟୋ)
ଗତବର୍ଷ ଆଖି ବୁଜିଥିଲା କାଳିଆ
ଗତ ବର୍ଷ ନଭେମ୍ବର ୨୫ ତାରିଖରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆ ଆଖି ବୁଜିଥିଲା।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାର ମିଲୁପଡ଼ା ଗାଁର ଭୂୟାଁ କଅଁରଙ୍କ ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ୨୦୧୭ ମସିହାରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଥିଲା। ଦିଲ୍ଲୀ ଏମ୍‌ସର ନ୍ୟୁରୋ ସର୍ଜରୀ ବିଭାଗର ତତ୍‌କାଳୀନ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଅପରେସନ୍‌ କରି ଜଗା-କାଳିଆଙ୍କୁ ଅଲଗା କରିଥିଲେ।

୨୦୧୯ରେ ଦୁଇ ଭାଇଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ବେଳେ କାଳିଆ ଅସୁସ୍ଥ ରହୁଥିଲା। ତେଣୁ ତାକୁ ମଝିରେ ମଝିରେ ଆଇସିୟୁରେ ରଖାଯାଉଥିଲା। ହେଲେ ଶେଷରେ ଗତବର୍ଷ ନଭେମ୍ବର ୨୫ରେ ସେ ଆଖି ବୁଜି ଦେଇଥିଲା।

The post କନ୍ଧମାଳକୁ ଫେରିବ ଜଗା! appeared first on Odisha Reporter.



from Odisha Reporter https://ift.tt/3f4cbds

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages