କାମାକ୍ଷାନଗର(ବିଦ୍ୟାଦର ବରାଳ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ କଙ୍କଡାହାଡ଼ ଥାନା ମାଣ୍ଡିଆପଡା ଗାଁର ହୃଦାନନ୍ଦ ସିଂହ, ତେଲକୋଇ ଥାନା ରେକୁଟି ଗାଁର ସହଦେବ ବେହେରା ଓ ଅନିରୁଦ୍ଧ ବେହେରା ।
କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ ସାହୁ ଓ ଟିମ୍ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି । ଅନ୍ୟପକ୍ଷରେ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି। ଜଙ୍ଗଲ ନିଆଁ କିପରି ନ ଲାଗିବ ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି ଓ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ବୈଠକ ହୋଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦୁଇଦିନ ପୁର୍ବରୁ ସମ୍ବଲପୁରର ବୁଢାରଜା ପାହାଡ଼ରେ ନିଆଁ ଲାଗିଥିଲା ।
The post ଜଙ୍ଗଲରେ ନିଆଁ ଲଗାଉଥିଲେ, ବନ୍ଧା ହେଲେ ୩ ଜଣ appeared first on Odisha Reporter.
from Odisha Reporter https://ift.tt/3qCrRGX
No comments:
Post a Comment