୪ ପିଢ଼ିର ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଲା ଏହି ଦଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

୪ ପିଢ଼ିର ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଲା ଏହି ଦଳ

ଥିରୁଭନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ପାଇଁ ସିପିଏମ ୮୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପୋନାନି ଓ କୁଟ୍ଟିୟାଦିରେ ପ୍ରାର୍ଥିତ୍ୱକୁ ନେଇ ବିବାଦ ଦେଖାଯାଇଥିଲା। ଏପରି କି ଇସ୍ତଫା ପର୍ବ ମଧ୍ୟ ସାମ୍ନାକୁ ଆସିଥିଲା। ତଥାପି ଏହି ଦୁଇ ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦଳ କୌଣସି ପ୍ରକାରର ଆଗ୍ରହ ଦେଖାଇନାହିଁ।

କିନ୍ତୁ ମାଞ୍ଜେସ୍ୱରମ ଆସନର ପ୍ରାର୍ଥୀ କାହାକୁ କରାଯିବ, ସେ ବିଷୟରେ ବିଚାର କରାଯିବ ବୋଲି ଦଳ କହିଛି। ଦେବୀକୁଲାମ ଆସନର ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇ ନାହିଁ। ମାଞ୍ଜେସ୍ୱରମ ଓ ଦେବୀକୁଲାମ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେଲା ସିପିଏମର ସିଟ୍‌ ସଂଖ୍ୟା ୮୫ରେ ପହଞ୍ଚିଯିବ। ଏହା ମଧ୍ୟରେ ଦଳ ସମର୍ଥନ କରୁଥିବା ୯ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। କେରଳ ବିଧାନସଭାର ୧୪୦ଟି ଆସନରୁ ବାକି ୫୫ଟିରେ ସିପିଏମର ସହଯୋଗୀ ଦଳ ପ୍ରାର୍ଥୀ ଦେବେ।

ବୁଧବାର ଘୋଷଣା ହୋଇଥିବା ୮୩ ଜଣିଆ ପ୍ରାର୍ଥୀ ତାଲିକାରେ ୪ ପିଢ଼ିର ନେତା ଅଛନ୍ତି। ୭୫ ବର୍ଷୀୟ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ଠାରୁ ଆରମ୍ଭ କରି ୨୭ ବର୍ଷୀୟ ଏସଏଫଆଇ ସଦସ୍ୟ ସଚିନ ଦେବ ନିର୍ବାଚନ ଲଢ଼ିବାକୁ ଟିକେଟ ପାଇଛନ୍ତି। ତାଲିକାରେ ଥିବା ୧୨ ଜଣ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ କମ। ସେହିପରି ତାଲିକାରେ ୧୨ ଜଣ ମହିଳା ମଧ୍ୟ ରହିଛନ୍ତି। ୨୦୧୬ରେ ଦଳ ସମାନ ସଂଖ୍ୟକ ମହିଳାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଥିଲା।

ମୁଖ୍ୟମନ୍ତ୍ରୀ ବିଜୟନ ପୁଣିଥରେ ଧର୍ମଦମ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସରକାରରେ ଥିବା ୭ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଦଳ ଟିକେଟ ଦେଇଛି। ଦଳ ପକ୍ଷରୁ କୁହାଯାଇଛି, ଆମେ ପ୍ରାର୍ଥୀ ତାଲିକାରେ ଯୁବଗୋଷ୍ଠୀ ଓ ମହିଳାଙ୍କୁ ସ୍ଥାନ ଦେଇଛୁ। ବିଜୟନଙ୍କୁ ମିଶାଇ ଦଳର ୮ ସେକ୍ରେଟାରିଏଟ ସଦସ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇବେ।

ତାଲିକାରେ ଥିବା ୪ ଜଣ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷ ବୟରୁ କମ। ୩୦ରୁ ୪୦ ବର୍ଷ ବର୍ଗରେ ୮ ଜଣ ନେତା ରହିଛନ୍ତି। ୩୩ ଜଣ ବିଧାୟକଙ୍କୁ ଦଳ ଏଥର ଟିକେଟ ଦେଇନାହିଁ। ଟିକେଟ ପାଇ ନଥିବା ତାଲିକାରେ ବିଧାନସଭା ବାଚସ୍ପତି ଓ ୮ ଜଣ ମନ୍ତ୍ରୀ ରହିଛନ୍ତି।

The post ୪ ପିଢ଼ିର ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଲା ଏହି ଦଳ appeared first on Odisha Reporter.



from Odisha Reporter https://ift.tt/2OCPAtc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages