ସମ୍ବଲପୁର(ଓଡ଼ିଶା ରିପୋର୍ଟର): କୋର୍ଟଙ୍କ ଆଦେଶନାମାର ନକଲ କରୁଥିଲେ ଓକିଲ। ଧରା ପଡ଼ିବାରୁ ବନ୍ଧା ହେଲେ ଓକିଲ। ପୁଲିସ୍ ଜବତ କରିଥିବା ଏକ ଗାଡ଼ିକୁ ଥାନାରୁ ବାହାର କରିବାକୁ ଉଦ୍ୟମ ଅଭିଯୋଗରେ ସମ୍ବଲପୁରର ଜଣେ ଓକିଲଙ୍କୁ ଗିରଫ କରିଛି ପୁଲିସ୍।
ଗତ ଫେବ୍ରୁଆରି ୧୯ ତାରିଖରେ ଯୁଯୁମରା ଥାନା ଅଞ୍ଚଳର ୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ୍ ଟ୍ରକକୁ ଜବତ କରିଥିଲା । ପରେ ଏହି ଟ୍ରକକୁ ମୁକୁଳାଇବା ପାଇଁ ଓକିଲଜଣକ ଏସ୍ଡିଜେଏମ୍ କୋର୍ଟଙ୍କ ନକଲି ଆଦେଶନାମା ପ୍ରସ୍ତୁତ କରି ଥାନାରେ ଦେଇଥିଲେ ।
ମାତ୍ର ସନ୍ଦେହ ହେବାରୁ ପୁଲିସ୍ ପକ୍ଷରୁ ଅଦାଲତ ସହ ଯୋଗାଯୋଗ କରାଯାଇଥିଲା । କୋର୍ଟ କୌଣସି ଆଦେଶନାମା ଇସ୍ୟୁ କରିନଥିବା ଜଣାପଡ଼ିବାରୁ ପୁଲିସ୍ ସଂପୃକ୍ତ ଓକିଲଙ୍କୁ ଗିରଫ କରିଛି । ସଂପୃକ୍ତ ଓକିଲଙ୍କ ଗିରଫ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ସେନେଇ ଆଜି ଜିଲ୍ଲା ଓକିଲ ସଂଘର ଏକ ବୈଠକ ବସୁଛି ।
The post କୋର୍ଟଙ୍କ ଆଦେଶନାମାର ନକଲ କରୁଥିଲେ ଓକିଲ, ଧରାପଡ଼ିଗଲେ appeared first on Odisha Reporter.
from Odisha Reporter https://ift.tt/3rpQCaE
No comments:
Post a Comment