ଆହୁରି ବଢ଼ିବ ତେଲ ଦର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

ଆହୁରି ବଢ଼ିବ ତେଲ ଦର!

ନୂଆଦିଲ୍ଲୀ: ଦେଶରେ ତେଲ ଦର ଶତକ ପାର କରିଛି। ଏହାରି ଭିତରେ ତେଲ ଦରରେ ଲାଗୁ ହେଉଥିବା ଟିକସ କମାଇବା ପାଇଁ ବିଚାର ବିମର୍ଶ ଚାଲିଛି। କାରଣ ତେଲର ମୂଳ ଦର ତୁଳନାରେ ୭୦ ପ୍ରତିଶତ ଅଧିକ ଉଭୟ କେନ୍ଦ୍ର ଓ ରାଜ୍ୟର ଟିକସ ରହୁଛି। ଅନ୍ୟପଟେ ଏବେ ତେଲ ଉତ୍ପାଦକ ଦେଶର ସଂଗଠନ (ଓପିଇସି) ଉତ୍ପାଦନ ବଢ଼ାଇବେ ନାହିଁ। କମ୍ ତେଲ ଉତ୍ପାଦନ ଓ ତେଲର ଚାହିଦା ଦର ବୃଦ୍ଧିର ଅନ୍ୟତମ କାରଣ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଅନ୍ୟପଟେ ତେଲ ଉତ୍ପାଦନ କମ ରହିଥିବା ବେଳେ ଗୁରୁବାର ଓପିଇସି ଦେଶ ଏକ ବୈଠକ କରିଛି। ଯେଉଁଥିରେ ଅଶୋଧିତ ତେଲର ଦାମ ବଢ଼ାଇ ପାରନ୍ତି। ଅର୍ଥାତ୍ ଉତ୍ପାଦନ ସମାନ ରହିବ କିନ୍ତୁ ଦାମ ବଢ଼ିବ। ତେଣୁ ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାର ସମ୍ଭାବନା ରହିଛି। ଏମିତିକି ରୋଷେଇ ଗ୍ୟାସର ଦାମ ମଧ୍ୟ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବ ବୋଲି ଜଣାପଡ଼ିଛି।

ବିଦେଶରେ ଏବେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ କଡ଼ା ନିୟମ ଲାଗୁ କରାଯାଇଛି ସଂକ୍ରମଣକୁ ରୋକିବା ପାଇଁ। ତେଣୁ ତେଲ ଉତ୍ପାଦନ ଅଧିକ ହୋଇପାରୁନଥିବା ଜଣାପଡ଼ିଛି। ଅନ୍ୟପଟେ କରୋନା ପାଇଁ ତେଲ ଉତ୍ପାଦକ ଦେଶ ଓପିଇସିରେ ମଧ୍ୟ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଉଥିବା ସୂଚନା ରହିଛି।

ତେବେ ବିଶ୍ୱର ସବୁଠାରୁ ବଡ଼ ତେଲ ଉତ୍ପାଦନକାରୀ ଦେଶ ସାଉଦି ଆରବ ପ୍ରତିଦିନ ୧୦ ଲକ୍ଷ ବେରେଲ ତେଲ କମ୍ ଉତ୍ପାଦନ କରିବ। ଏଭଳି ସ୍ଥିତି ଏପ୍ରିଲ ଯାଏ ଲାଗୁ ରହିବ ବୋଲି ସାଉଦି ଆରବ କହିଛି। ତେବେ କଜାକିସ୍ତାନ ଏବଂ ଋଷିଆ ଯେଉଁ ପରିମାଣରେ ତେଲ ଉତ୍ପାଦନ କରୁଥିଲେ ଏବେ ଟିକିଏ ଅଧିକ ବଢ଼ାଇବେ ବୋଲି ଜଣାପଡ଼ିଛି।

ବଜାର ଏକ୍ସପୋର୍ଟଙ୍କ ମତ ଅନୁଯାୟୀ ଓପେକ ଏବଂ ଅନ୍ୟ ତେଲ ଉତ୍ପାଦନକାରୀ ଦେଶ ଯଦି ତେଲ ଉତ୍ପାଦନ ନବଢ଼ାଇବେ ତାହେଲେ ତେଲ ଦର ଆହୁରି ବଢ଼ିପାରେ।

ଅଶୋଧିତ ତେଲ କମ୍ ଉତ୍ପାଦନ ହେଉଥିବାର ସିଧା ପ୍ରଭାବ ଏବେ ଆମେରିକା ବଜାରରେ ପଡ଼ିଛି। ଆମେରିକାରେ ଗୁରୁବାର ଅଶୋଧିତ ତେଲର ଦାମ ୫.୬ ପ୍ରତିଶତ ବଢ଼ିଛି। ନୂଆ ଦର ସହିତ ଏବେ ଆମେରିକାରେ ବେରେଲ ପିଛା ତେଲ ଦର ୬୪.୭୦ ଡଲାର ରହିଛି।

The post ଆହୁରି ବଢ଼ିବ ତେଲ ଦର! appeared first on Odisha Reporter.



from Odisha Reporter https://ift.tt/30bkUBU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages