ନିଜ କର୍ମଚାରୀଙ୍କ ପରିବାରର ଟିକାକରଣ ଖର୍ଚ୍ଚ ଉଠାଇବ ରିଲାଏନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 4, 2021

ନିଜ କର୍ମଚାରୀଙ୍କ ପରିବାରର ଟିକାକରଣ ଖର୍ଚ୍ଚ ଉଠାଇବ ରିଲାଏନ୍ସ

ନୂଆଦିଲ୍ଲୀ: କରୋନା ଟିକାକରଣ ପ୍ରକ୍ରିୟାରେ ନିଜକୁ ସାମିଲ୍ କରିଛି ରିଲାଏନ୍ସ। ମୁକେଶ ଅମ୍ୱାନୀ ନେତୃତ୍ୱାଧୀନ ରିଲାଏନ୍ସର କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କ ଟିକାକରଣ ଖର୍ଚ୍ଚ ରିଲାଏନ୍ସ ଉଠାଇବ। ରିଲାଏନ୍ସର ନିର୍ଦ୍ଦେଶକ ତଥା ମୁକେଶ ଅମ୍ୱାନୀଙ୍କ ସ୍ତ୍ରୀ ନୀତା ଅମ୍ୱାନୀ ଏଭଳି ଏକ ବିବୃତ୍ତି ଜାରି କରିଛନ୍ତି।

ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହିତାଧିକାରୀ ପଞ୍ଜିକରଣ କରାଇବା ଉଚିତ୍ ବୋଲି ନୀତା ଅମ୍ବାନୀ କହିଛନ୍ତି। ନୀତା ଅମ୍ବାନୀ କହିଛନ୍ତି ଯେ କରୋନା ବିରୋଧୀ ଲଢ଼େଇରେ ରିଲାଏନ୍ସ ଦେଶ ସହ ଛିଡା ହୋଇଛି। ରିଲାଏନ୍ସ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାର ସମେତ ପ୍ରାୟ ୧୦ ଲକ୍ଷ ଲୋକଙ୍କ କରୋନା ଟିକାକରଣ ପାଇଁ ଖର୍ଚ୍ଚ ଉଠାଇବ।

ଏହାପୂର୍ବରୁ, ଡିସେମ୍ବର ୨୦୨୦ରେ ‘ରିଲାଏନ୍ସ ଫ୍ୟାମିଲି ଡେ’ ଅବସରରେ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ କହିଥିଲେ ଯେ ଆବଶ୍ୟକ ଅନୁମତି ମିଳିବା ପରେ ରିଲାଏନ୍ସ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ରିଲାଏନ୍ସ।

ନୀତା ଅମ୍ବାନୀ ଚିଠିରେ ଆହୁରି କହିଛନ୍ତି ଯେ ମୁକେଶ ଏବଂ ମୁଁ ବିଶ୍ୱାସ କରୁ ଯେ କେବଳ ସେମାନଙ୍କ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଦ୍ୱାରା ପରିବାର ଗଠନ ହୁଏ। ଏହି ବଡ଼ ପରିବାରର ନାମ ହେଉଛି ରିଲାଏନ୍ସ-ଫ୍ୟାମିଲି।

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ନୀତା ଅମ୍ବାନୀ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆପଣଙ୍କ ସମସ୍ତଙ୍କ ସହଯୋଗରେ ଆମେ ଶୀଘ୍ର ଏହି ମହାମାରୀରୁ ଉଦ୍ଧାର ପାଇବୁ। ଏଥିସହ ସେ ଶେଷରେ ଲେଖିଛନ୍ତି କରୋନା ହାରିବ, ଭାରତ ଜିତିବ।

ସୂଚନାଯୋଗ୍ୟ, ସାରା ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ବହୁବିଧ ରୋଗରେ ଆକ୍ରାନ୍ତ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ୬୦ରୁ ଅଧିକ ବୟସ୍କ ବ୍ୟକ୍ତି ଏବେ ଟିକା ନେଉଛନ୍ତି। ଟିକାକରଣ ପ୍ରକ୍ରିୟାକୁ ଆହୁରି ଶୀଘ୍ର କରାଇବା ପାଇଁ କେନ୍ଦ୍ର ସରକାର ଏବେ ଏହି ସେବାକୁ ୨୪ ଘଣ୍ଟିଆ କରିଛନ୍ତି।

The post ନିଜ କର୍ମଚାରୀଙ୍କ ପରିବାରର ଟିକାକରଣ ଖର୍ଚ୍ଚ ଉଠାଇବ ରିଲାଏନ୍ସ appeared first on Odisha Reporter.



from Odisha Reporter https://ift.tt/30ig9Gs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages