ରୋଗୀଙ୍କ ଜୀବନ ବଞ୍ଚାଇଲେ, ୬୨ହଜାର ଟଙ୍କା ଫେରାଇଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ରୋଗୀଙ୍କ ଜୀବନ ବଞ୍ଚାଇଲେ, ୬୨ହଜାର ଟଙ୍କା ଫେରାଇଦେଲେ

ରାୟଗଡ଼ା(ଓଡ଼ିଶା ରିପୋର୍ଟର) ମାନବିକତା ଦେଖାଇଲେ ଆମ୍ବୁନାନ୍ସ ଡ୍ରାଇଭର।  ଜଣେ ଦୁର୍ଘଟଣାଗସ୍ତ ବାଇକ୍ ଆରୋହୀଙ୍କୁ ୬୨ହଜାର ଟଙ୍କା ଫେରାଇଛନ୍ତି ଡ୍ରାଇଭର।  ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ କାକରମାସ୍କା ଗ୍ରାମର ଜଣେ ଯୁବକ ଡମ୍ବରୁଧର କୁଟ୍ରୁକା ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସେ ରାସ୍ତାକଡ଼ରେ ଅଚେତ୍ ଅବସ୍ଥାରେ ପଡିଯାଇଥିଲେ।

ପରେ ଏକ ଅଜଣା ନମ୍ବରରୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କଲ୍ ଆସିଥିଲା। ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲା ଆମ୍ବୁଲାନ୍ସ।  ଜେକେପୁର ସ୍ଥିତ ୧୦୮ଆମ୍ବୁଲାସ୍ସର ଦୁଇ ଜଣ ପାଇଲଟ୍ ସମେତ ଜଣେ ଫାର୍ମାସିଷ୍ଟ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକ ଡମ୍ବରୁଧରଙ୍କୁ ଉଦ୍ଧାର କରିବା ସହ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏଥିସହ ସେ ପାଇଥିବା ସମସ୍ତ ଟଙ୍କା ଏବଂ ଡକ୍ୟୁମେଣ୍ଟ ତାଙ୍କୁ ଫେରାଇଥିଲେ । ଆମ୍ବୁଲାନ୍ସର ଡ୍ରାଇଭର ଗୋବର୍ଦ୍ଧନ ସାହୁକାର କହିଛନ୍ତି ଯେ, ଦୁର୍ଘଟଣା ନେଇ ଏକ ଫୋନ୍‌ କଲ ଆସିଥିଲା। ତୁରନ୍ତ ଆମେ ଯାଇ ସେଠାରେ ପହଞ୍ଚି ଥିଲୁ। ପହଞ୍ଚିଲା ବେଳକୁ କୌଣସି ଲୋକ ସେଠାରେ ନଥିଲେ। ସେଠାରେ ଯେଉଁ କେତେ ଜଣ ଥିଲେ ରୋଗୀକୁ କେହି ଛୁଇଁ ନଥିଲେ। ପାଖରେ ତାଙ୍କର ସବୁଯାକ ଜିନିଷପତ୍ର ପଡ଼ିଥିଲା। ଆମେ ତାକୁ ଉଠାଇ ଆଣିଲୁ। ମେଡିକାଲରେ ପହଞ୍ଚିଲା ପରେ ତାଙ୍କ ଜିନିଷପତ୍ର ସହ ୬୨ହଜାର ଟଙ୍କା ଫେରାଇ ଦେଲୁ।

The post ରୋଗୀଙ୍କ ଜୀବନ ବଞ୍ଚାଇଲେ, ୬୨ହଜାର ଟଙ୍କା ଫେରାଇଦେଲେ appeared first on Odisha Reporter.



from Odisha Reporter https://ift.tt/3sCMOTL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages