ଜୋର ଜବରଦସ୍ତି କିସ୍‌ କରିଦେଲେ ଗଭର୍ଣ୍ଣର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 31, 2021

ଜୋର ଜବରଦସ୍ତି କିସ୍‌ କରିଦେଲେ ଗଭର୍ଣ୍ଣର!

ୱାଶିଂଟନ: ଜୋର ଜବରଦସ୍ତ ମହିଳାଙ୍କୁ କିସ୍ କରିଦେଲେ ଗଭର୍ଣ୍ଣର। ବାରଣ କରିବା ପରେ ବି କିଛି ଶୁଣିଲେଣି। ନ୍ୟୁୟର୍କ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଗ୍ୟୁମୋଙ୍କ ବିରୋଧରେ ଆସିଛି ଏଭଳି ସାଙ୍ଘାତିକ ଆଭିଯୋଗ।

ନ୍ୟୁୟର୍କର ଶେରି ଭିଲେ ନାମକ ଜଣେ ମହିଳା ଗଭର୍ଣ୍ଣର ଏଣ୍ଡ୍ର୍ୟୁ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଗଭର୍ଣ୍ଣର ତାଙ୍କୁ ଜବରଦସ୍ତି କିସ୍ ତଥା ଚୁମ୍ବନ କରିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କ ପରିବାର ପ୍ରତି ଏଣ୍ଡ୍ର୍ୟୁଙ୍କ ଗତିବିଧି ଅମମାନଜନକ  ଥିବା ନେଇ ସାମ୍ବାଦିକ ସମ୍ମିଳନୀ କରି ପୀଡିତା ଜଣକ ଅଭିଯୋଗ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉକ୍ତ ପୀଡିତାଙ୍କ ଓକିଲ କହିବା ଅନୁଯାୟୀ, ଏହି ପୁରା ମାମଲା ହେଉଛି ବର୍ଷ ୨୦୧୭ର । ସେତେବେଳେ ବନ୍ୟା ପରେ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ ବିନା ସହମତିରେ ଗଭର୍ଣ୍ଣର କିସ୍‌ କରିଥିଲେ। କେବଳ ସେତିକି ନୁହେଁ ପୀଡିତାଙ୍କ ହାତ ଧରି ଗଭର୍ଣ୍ଣର ତାଙ୍କୁ ଆପତ୍ତିଜନକ ଭାଷାରେ କଥା ମଧ୍ୟ ହୋଇଥିଲେ। ଏହି କିସ୍‌ କରିବା ବେଳର ଏକ ଫଟୋକୁ ପୀଡିତା ଜଣକ  ପ୍ରମାଣ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ ଜାରି କରିଛନ୍ତି।

ସୂଚନାଯୋଗ୍ୟ ଯେ, ୫୫ ବର୍ଷୀୟ ନ୍ୟୁୟର୍କ ବାସିନ୍ଦା ଭିଲେ ହେଉଛନ୍ତି ଦଶମ ମହିଳା, ଯିଏକି ନ୍ୟୁୟର୍କର ଗଭର୍ଣ୍ଣର ଏଣ୍ଡ୍ର୍ୟୁଙ୍କ ବିରୋଧରେ ଏଭଳି ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ମହିଳା ଉକ୍ତ ଭଗର୍ଣ୍ଣରଙ୍କ ବିରୋଧରେ ଏପରି ଅଭିଯୋଗ ଆଣିସାରିଛନ୍ତି।

The post ଜୋର ଜବରଦସ୍ତି କିସ୍‌ କରିଦେଲେ ଗଭର୍ଣ୍ଣର! appeared first on Odisha Reporter.



from Odisha Reporter https://ift.tt/3cCghHV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages