ସମସ୍ତଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବା ଭାରି ପସନ୍ଦ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥା’ନ୍ତି। ଅନେକ ଗୁଡିଏ ଖାଦ୍ୟ ଜିନିଷକୁ ମିଶାଇ ରୋଷେଇ କରନ୍ତି। ଅଧିକାଂଶ ସମୟରେ ଚିକେନର ସ୍ୱାଦ ବଢ଼ାଇବା ପାଇଁ ଲୋକେ ଆଳୁ ମିଶାନ୍ତି। ସେହିପରି ଘିଅ ସହ ବେଳେବେଳେ ମହୁ ମଧ୍ୟ ମିଶାଇ ଦିଅନ୍ତି। ତେବେ ଏହି ମିଳାମିଶା ଖାଦ୍ୟ କେତେକ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ଆଉ କେତେକ ଶରୀରକୁ କ୍ଷତି ପହଞ୍ଚାଇଥାଏ। ସୁସ୍ଥ ରହିବା ପାଇଁ ଖାଦ୍ୟକୁ ସଠିକ୍ ମାତ୍ରାରେ ଖାଇବା ଉଚିତ। ତେବେ କେଉଁ ଖାଦ୍ୟକୁ କାହା ସହ ମିଶାଇ ଖାଇବା ଅନୁଚିତ ଆସନ୍ତୁ ଜାଣିବା।
ଚିକେନ୍ ସହ ଆଳୁ: ଚିକେନରେ ପ୍ରଚୁର ପ୍ରୋଟିନ୍ ଥାଏ। ଏଭଳି ସ୍ଥିତିରେ ଯଦି ଚିକେନ୍ ସହିତ କାର୍ବୋହାଇଡ୍ରେଟ୍ ତଥା ଆଳୁ ଖିଆଯାଏ, ତେବେ ଦୁଇଟି ଭିନ୍ନ ପ୍ରକାରର ଜିନିଷ ମିଶି ଗ୍ୟାସ୍ ସମସ୍ୟା ସୃଷ୍ଟି କରିପାରେ । କେବଳ ସେତିକି ନୁହେଁ ପେଟ ଯନ୍ତ୍ରଣା ହେବା ସହ ମୋଟାପଣ ସମସ୍ୟା ମଧ୍ୟ ଏହା ସୃଷ୍ଟି କରିପାରେ। ଅଧିକାଂଶ ଲୋକେ ଚିକେନ ସହ ଆଳୁ ମିଶାଇ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣଙ୍କ ମଧ୍ୟ ଏଭଳି ଅଭ୍ୟାସ ରହିଛି ତେବେ ତୁରନ୍ତୁ ତାକୁ ବଦଳାଇ ଦିଅନ୍ତୁ।
ଘିଅ ସହ ମହୁ: ଆୟୁର୍ବେଦ ଶାସ୍ତ୍ରରେ ଘିଅ ଏବଂ ମହୁ ଏକାଠି ମିଶାଇ ଖାଇବା ନିଷେଧ। ମହୁ ଗରମ ଏବଂ ଘିଅ ଥଣ୍ଡା ହୋଇଥାଏ। ଏ ଦୁଇଟି ଭିନ୍ନ ଭିନ୍ନ ଉପାଦାନ। ଏହାକୁ ଏକାଠି ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଏପରିକି ମଣିଷ ଭୟଙ୍କର ରୋଗରେ ମଧ୍ୟ ପଡିପାରନ୍ତି।
ତରଭୁଜ ଏବଂ କ୍ଷୀର: ସଧାରଣତଃ ଗରମ ଦିନେ ଲୋକେ ତରଭୁଜ ଖାଇବା ପାଇଁ ପସନ୍ଦ କରନ୍ତି। ବେଳେବେଳେ ଲୋକେ କ୍ଷୀର ମିଶାଇ ତରଭୁଜ ସେକ୍ ମଧ୍ୟ ପିଅନ୍ତୁ। କିନ୍ତୁ ଏହା ସ୍ୱ୍ୟାସ୍ଥ୍ୟ ପାଇଁ ହାନୀକାର। କ୍ଷୀର ସହ ତରଭୁଜ ଭୁଲରେ ବି ଖାଇବା ଉଚିତ ନୁହେଁ। କ୍ଷୀରକୁ ହଜମ ହେବା ପାଇଁ ସମୟ ଲାଗେ ଏବଂ ତରଭୁଜ ହଜମ ହେବା ପାଇଁ ଏସିଡ ଆବଶ୍ୟକ ପଡିଥାଏ। ଏଭଳି ସ୍ଥିତିରେ ପେଟ ସମସ୍ୟା ଉତ୍ପନ୍ନ ହୁଏ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଫଳ ସହ ଚିକେନ୍: ଫଳ ଏବଂ ଚିକେନ୍ ଏକାଠି ଖାଇବା ଉଚିତ ନୁହେଁ। ଏହା ଆମ ହଜମ ପ୍ରକ୍ରିୟା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ ଏହା ଆମ ପାଚନକ୍ରିୟାକୁ ଦୁର୍ବଳ ମଧ୍ୟ କରିଦିଏ। ତେଣୁ ଫଳ ଏବଂ ଚିକେନ୍ ଏକାଠି ଖାଇବା ଠାରୁ ଦୂରେଇ ରହିବା ଉଚିତ।
ମହୁ ସହ ମୂଳା: ମହୁ ଏବଂ ମୂଳାକୁ ଏକାଠି ଖାଇଲେ ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୁଏ। ଯାହା ଦ୍ୱାରା ଆମ ପାଚନ ପ୍ରକ୍ରିୟା ଖରାପ ହେବାର ଆଶଙ୍କା ରହିଥାଏ। ତେଣୁ ଏହି ଦୁଇଟିକୁ ଏକାଠି କିମ୍ବା ଆଗ ପଛ କରି ଖାଇବା ଠାରୁ ଦୂରେଇ ରୁହନ୍ତୁ ।
କ୍ଷୀର ସହ ମାଛ: କ୍ଷୀର ସହିତ ମାଛ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଦୁଇଟି ଖାଦ୍ୟକୁ ଏକାଠି ଖାଇବା ଦ୍ୱାରା ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇପାରେ।
The post ଚିକେନ୍ ସହ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ଭୟାନକ appeared first on Odisha Reporter.
from Odisha Reporter https://ift.tt/3eFPNa6
No comments:
Post a Comment