ସ୍କୁଟର ଚାଳକଙ୍କ ଉପରେ ପଡ଼ିଲା ୧୮,୫୦୦ ଟଙ୍କା ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

ସ୍କୁଟର ଚାଳକଙ୍କ ଉପରେ ପଡ଼ିଲା ୧୮,୫୦୦ ଟଙ୍କା ଫାଇନ୍‌

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ରାୟଗଡ଼ାରେ ଜଣେ ସ୍କୁଟର ଚାଳକଙ୍କ ଠାରୁ ଆଦାୟ ହୋଇଛି ୧୮ ହଜାର ୫ଶହ ଟଙ୍କାର ଜୋରିମାନା। ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା ଏବଂ ରେଡ୍‌ଲାଇଟ ସିଗ୍‌ନାଲ୍‌ ଅତିକ୍ରମ କରିବା ଆଦି ଅନେକ କାରଣ ଦର୍ଶାଇ ପରିବହନ ବିଭାଗ ପକ୍ଷରୁ ତାଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି।

ଗତକାଲି ସନ୍ଧ୍ୟାରେ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ରାୟଗଡ଼ା ସହରର ଡିଆଇବି ଛକ ନିକଟରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ସଂପୃକ୍ତ ସ୍କୁଟର ଚାଳକ ଅଟକି ନଥିଲେ। ସେ ଦ୍ରୁତ ଗତିରେ ଖସି ପଳାଇବାକୁ ପ୍ରୟାସ କରିଥିଲେ। ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ତାଙ୍କୁ ପିଛା କରିଥିଲେ ଓ ଧରିଥିଲେ।

ତା’ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା। ସେ ହେଲମେଟ୍ ପିନ୍ଧି ନଥିଲେ। ଗାଡ଼ିର ଇନ୍ସ୍ୟୁରାନ୍ସ କାଗଜପତ୍ର ନଥିଲା। ଏସବୁ ଦେଖିବା ପରେ ପରିବହନ ବିଭାଗ ଅଧିକାରୀମାନେ ତାଙ୍କ ଉପରେ ୧୮ ହଜାର ୫ ଶହ ଟଙ୍କାର ଫାଇନ୍ କରିଥିଲେ।

The post ସ୍କୁଟର ଚାଳକଙ୍କ ଉପରେ ପଡ଼ିଲା ୧୮,୫୦୦ ଟଙ୍କା ଫାଇନ୍‌ appeared first on Odisha Reporter.



from Odisha Reporter https://ift.tt/2QszJ1j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages