ନୂଆଦିଲ୍ଲୀ: ଇତିହାସ ରଚିଲେ ଓଡ଼ିଶାର ଛାତ୍ରୀ। ତାମିଲନାଡୁର ଝିଅ ଭବାନୀ ଦେବୀଙ୍କୁ ମିଳିଲା ଟିକେଟ୍ ଟୁ ଟୋକିଓ। ଟୋକିଓ ଅଲିମ୍ପିକ୍ ପାଇଁ ପ୍ରଥମ ଭାରତୀୟ ଫେନ୍ସର ଭାବେ ସେ ରବିବାର ମନୋନୀତ ହୋଇଛନ୍ତି। ସେ ଆଡଜଷ୍ଟେଡ ଅଫିସିଆଲ ରାଙ୍କିଙ୍ଗ ପଦ୍ଧତିରେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି।
ଓଡ଼ିଶାର ଏକ ଜାତୀୟ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭବାନୀ ଦେବୀ ହଙ୍ଗେରୀ ବିଶ୍ୱକପରେ ସ୍ଥାନ ପକ୍କା କରିଥିଲେ। ଆୟୋଜିତ ଟିମ କ୍ୱାର୍ଟର ଫାଇନାଲରେ ପରାସ୍ତ ହେବା ପରେ ଟିମ ଇଭେଣ୍ଟରେ ଦକ୍ଷିଣ କୋରିଆ ସେମିଫାଇନାଲରେ ପ୍ରବେଶ କରିଥିଲା ।
୫ ଏପ୍ରିଲ ୨୦୨୧ ସୁଦ୍ଧା ବିଶ୍ୱ ରାଙ୍କିଙ୍ଗରେ ସ୍ଥାନ ଅନୁଯାୟୀ, ଏସିଆ ଓ ଓସେସିଆ ଦେଶରୁ ଦୁଇଟି ବ୍ୟକ୍ତିଗତ ସ୍ଥାନ ରହିଥିଲା। ଏହି ରାକିଂ ଆଧାରରେ ୪୫ ସ୍ଥାନରେ ରହିବା ସହ ଗୋଟିଏ ସ୍ଥାନ ହାତେଇଛନ୍ତି ଭବାନୀ। ତେବେ ଔପଚାରିକ ଭାବେ ରାକିଂ ଅପଡେଟ ପରେ ୨୭ ବର୍ଷୀୟ ଆଥଲେଟଙ୍କ ଯୋଗ୍ୟତା ଅର୍ଜନ ସ୍ପଷ୍ଟ ହୋଇଯିବ।
ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଭବାନୀଙ୍କୁ ଟ୍ୱିଟ ଯୋଗେଁ ଶୁଭେଚ୍ଛା ଜଣାଯାଇଛି। କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରନ୍ ରିଜିଜୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ ଯୋଗେଁ ଶୁଭେଚ୍ଛା ଜଣାଇଛନ୍ତି।
ଟୋକିଓ ଅଲମ୍ପିକ୍ସ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୮ ତାରିଖ ମଧ୍ୟରେ ହେବାପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଛି। ଏଥିସହିତ ପାରା ଅଲମ୍ପିକ୍ସ ଅଗଷ୍ଟ ୨୪ରୁ ସେପ୍ଟେମ୍ୱର ୫ ପର୍ଯ୍ୟନ୍ତି ଅନୁଷ୍ଠିତ ହେବା ନେଇ ସ୍ଥିରିକୃତ ହୋଇଛି। ଏହି ଅଲମ୍ପିକ୍ସ ଗତ ବର୍ଷ ଆୟୋଜନ ହେବା ନେଇ ଚୂଡ଼ାନ୍ତ ହୋଇଥିଲା। କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।
The post ଇତିହାସ ରଚିଲେ ଓଡ଼ିଶା ଛାତ୍ରୀ, ମିଳିଲା ଅଲିମ୍ପିକ୍ ଟିକେଟ୍ appeared first on Odisha Reporter.
from Odisha Reporter https://ift.tt/2Q4DyJI
No comments:
Post a Comment