ବିବାହ ପରେ ସବ୍ୟସାଚୀ କହିଲେ- ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

ବିବାହ ପରେ ସବ୍ୟସାଚୀ କହିଲେ- ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଦିନର ସସପେନ୍ସ ଉପରେ ପଡିଛି ପୂର୍ଣ୍ଣଛେଦ। ହାତକୁ ଦି ହାତ ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା। ତେବେ ବିବାହ ପରେ ସୋଶାଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ଦୁଇ ଷ୍ଟାର।  ନିଜର କିଛି ଫଟୋ ସେଆର କରିଛନ୍ତି ସବ୍ୟସାଚୀ।  ‘ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ…’ କହି ବିବାହ ପରେ ରିଙ୍ଗ ସେରେମୋନୀର କିଛି ଫଟୋକୁ ସେ ତାଙ୍କ ଅଫିସଆଲ ଫେସବୁକ ଆକାଉଣ୍ଟରେ ସେଆର କରିଛନ୍ତି।

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ

ଏହି ଫଟୋରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ରିଙ୍ଗ ସେରିମୋନୀ ବେଳର ଏହି ଫଟୋରେ ଦୁହେଁ ବେଶ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି। ଅର୍ଚ୍ଚିତା ଲାଇଟ୍ ପର୍ପଲ କଲରର ଡିଜାଇନର ଗାଉନ ପିନ୍ଧିଥିବା ବେଳେ ସବ୍ୟସାଚୀ ମଧ୍ୟ ତାଙ୍କୁ ମ୍ୟାଚ୍ କରି ପିନ୍ଧିଛନ୍ତି ବ୍ଲେଜର। ଉଭୟଙ୍କ ନିକଟ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ଉପସ୍ଥିତରେ ଏହି ନିର୍ବନ୍ଧ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଅନେକ ପ୍ରଶଂସକ ଏବଂ ଅଭିନେତା ତଥା ଅଭିନେତ୍ରୀମାନ ଉଭୟଙ୍କ ଏହି ଫଟୋରେ ଅନେକ ଗୁଡିଏ କମେଣ୍ଟ କରିଛନ୍ତି।

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧ ତାରିଖରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ଐତିହାସିକ ନିମ୍‌ରାଣା ଦୁର୍ଗରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଉଭୟଙ୍କର ବିବାହ ସଂପନ୍ନ ହୋଇଛି। ଚତୁର୍ଦ୍ଦଶ ଶତାଦ୍ଦୀର ଏହି ପ୍ରାଚୀନ ଦୁର୍ଗରେ ଉଠାଇଥିବା କିଛି ଫଟୋକୁ ମଧ୍ୟ ସେୟାର କରିଛନ୍ତି ସବ୍ୟସାଚୀ ମିଶ୍ର। ବିବାହ ପୂର୍ବରୁ ସୋଶାଲ ମିଡ଼ିଆରେ ସୂଚନା ଦେଇ ପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଶଂସକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ଏହି ଷ୍ଟାର ଯୋଡ଼ି।

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ରିଙ୍ଗ ସେରେମୋନୀ

ବିବାହ ଦିନ ଓଢ଼ଣୀ ସହ ଲେହେଙ୍ଗାରେ ଝଲସୁଥିଲେ ସବ୍ୟଙ୍କ ରାଣୀ ଅର୍ଚ୍ଚିତା। ସବ୍ୟସାଚୀ ମଧ୍ୟ କୁର୍ତ୍ତା ଆଉ ଜାକେଟ୍‌ରେ ଚମକୁଥିଲେ। ରିଲ୍‌ରେ ଏହି ରୋମାଣ୍ଟିକ ଯୋଡ଼ି ରିୟଲ୍‌ ଲାଇଫ୍‌ରେ ପାର୍ଟନର ବନିଯାଇଛନ୍ତି ।

ସବ୍ୟ-ଅର୍ଚ୍ଚିତାଙ୍କ ବିବାହ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଏହି ସସପେନ୍ସରେ ଉଭୟେ ବ୍ରେକ୍ ଲଗାଇଛନ୍ତି। ‘ତୋର ମୋର ଯୋଡି ସୁନ୍ଦର’, ‘ସ୍ମାଇଲ ପ୍ଲିଜ୍’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, ‘ମୋତେ ଆଣିଦେଲୁ ଲକ୍ଷେ ଫଗୁଣ’, ‘ବାଏ ବାଏ ଦୁବାଇ’, ‘ହେଲା ମୋତେ ପ୍ରେମ ଜର’, ‘କେବେ ତମେ ନାହଁ କେବେ ମୁଁ ନାହିଁ’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଛାତି ତଳେ ଡିଙ୍ଗଡଙ୍ଗ’ ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।

ସବ୍ୟସାଚୀ ଓ ତାଙ୍କ ପତ୍ନୀ ଅର୍ଚ୍ଚିତା

The post ବିବାହ ପରେ ସବ୍ୟସାଚୀ କହିଲେ- ଦିଲ୍ କା ଘଣ୍ଟି ଗୋଜ୍ ରିଙ୍ଗ ରିଙ୍ଗ ରିଙ୍ଗ… appeared first on Odisha Reporter.



from Odisha Reporter https://ift.tt/3uRud8f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages