ସରକାର ବିରୋଧୀ ବିଚାରଧାରା ଦେଶଦ୍ରୋହ ନୁହେଁ: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 2, 2021

ସରକାର ବିରୋଧୀ ବିଚାରଧାରା ଦେଶଦ୍ରୋହ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମ୍ମ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ସାଂସଦ ଫାରୁକ ଅବଦୁଲ୍ଲା ଏକ ମନ୍ତବ୍ୟ ରଖିଥିଲେ। ଏହି ମନ୍ତବ୍ୟକୁ ଦେଶଦ୍ରୋହ କହି ସୁପ୍ରିମକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା। ଏବେ ସର୍ବୋଚ୍ଚ କୋର୍ଟ ଏହି ପିଆଇଏଲକୁ ଖାରଜ କରିଛନ୍ତି। ଜଷ୍ଟିସ କିଶାନ କୌଲ ଏହି ରାୟ ଶୁଣାଇଛନ୍ତି।

କୋର୍ଟ ପିଆଇଏଲକୁ ଖାରଜ କରିବା ବେଳେ କହିଛନ୍ତି, ଜଣଙ୍କ ବିଚାରଧାରା ଯଦି ସରକାରଙ୍କ ବିଚାରଧାରାରୁ ଅଲଗା ରହୁଛି ତାହେଲେ ସଂପୃକ୍ତ ବିଚାରଧାରା ବା ମନ୍ତବ୍ୟକୁ ଦେଶଦ୍ରୋହ କହିହେବ ନାହିଁ। ତେବେ ଫାରୁକଙ୍କ ବିରୋଧରେ ଆବଶ୍ୟକ୍ତ ତଥ୍ୟ ଦେଇନପାରିବାରୁ କୋର୍ଟ ଆବେଦନକାରୀଙ୍କ ବିରୋଧରେ ୫୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଆବେଦନକାରୀ କହିଥିଲେ ଯେ ଧାରା ୩୭୦ ବିରୋଧରେ ଲଢ଼େଇ ପାଇଁ ଚାଇନା ଏବଂ ପାକିସ୍ତାନ ପାଖରୁ ଆର୍ଥିକ ସହାୟତା ମାଗିଥିଲେ।

ସୂଚନାଯୋଗ୍ୟ, ୨୦୧୯ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ କଶ୍ନୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଜମ୍ମ କଶ୍ମୀରର ଅନେକ ନେତା। ସେଥିମଧ୍ୟରୁ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ପ୍ରମୁଖ ରହିଛନ୍ତି।

The post ସରକାର ବିରୋଧୀ ବିଚାରଧାରା ଦେଶଦ୍ରୋହ ନୁହେଁ: ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/2Omdzgg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages