କୋଲକାତା: ନନ୍ଦିଗ୍ରାମରେ ଆହତ ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ କୋଲକାତାର ଏସଏସକେଏମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଏହାକୁ ପ୍ଲାଷ୍ଟର କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଟ୍ୱିଟ କରି ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Concerned to know about the hospitalization of West Bengal Chief Minister @MamataOfficial. Wishing her speedy recovery and praying for good health.
— Naveen Patnaik (@Naveen_Odisha) March 11, 2021
ଏସବୁ ଭିତରେ ଗତକାଲି ରାତିରେ ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧାନକର ଏସଏସକେଏମ ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସେ ହସ୍ପିଟାଲ ପାଖରେ ପହଞ୍ଚିବା କ୍ଷଣି ତାଙ୍କୁ ଟିଏମସିର କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।
ସେମାନେ ଗୋ-ବ୍ୟାକ୍ ନାରା ମଧ୍ୟ ଦେଇଥିଲେ। ଏସବୁ ଭିତରେ ରାଜ୍ୟପାଳ ଜଗଦୀପ ହସ୍ପିଟାଲ ଭିତରକୁ ଯାଇ ମମତାଙ୍କୁ ଭେଟିଛନ୍ତି। ସେ ବେଶ କିଛି ସମୟ ଡାକ୍ତର ଓ ମମତାଙ୍କ ସହ ସହ ଆଲୋଚନା କରିଥିଲେ। ମମତାଙ୍କ ବିଭିନ୍ନ ରିପୋର୍ଟ ସମ୍ପର୍କରେ ସେ ଡାକ୍ତରମାନଙ୍କ ଠାରୁ ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ ମଧ୍ୟ କାମନା କରିଥିଲେ। ଏହାପରେ ସେ ହସ୍ପିଟାଲରୁ ରାଜଭବନ ଅଭିମୁଖେ ଯାଇଥିଲେ।
Kolkata: West Bengal Governor Jagdeep Dhankhar arrives at SSKM Hospital, where CM Mamata Banerjee is admitted for treatment pic.twitter.com/DywhkJdBA6
— ANI (@ANI) March 10, 2021
ବୁଧବାର ସନ୍ଧ୍ୟାରେ ୪ରୁ ୫ ଜଣ ବ୍ୟକ୍ତି ମମତାଙ୍କୁ ଧକ୍କା ମାରିବା ସହ ଆକ୍ରମଣ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସମୟରେ ସ୍ଥାନୀୟ ପୁଲିସ କିମ୍ବା ଏସ୍ପି ସେଠାରେ ନଥିବା ସେ କହିଥିଲେ। ଘଟଣା ପରେ ତାଙ୍କୁ ତୁରନ୍ତ କୋଲକାତାର ହସ୍ପିଟାଲକୁ ଅଣାଯାଇଥିଲା। ଏବେ ସେ ୨ ଦିନ ଏଠାରେ ରହିବେ। ତାଙ୍କ କାନ୍ଧ, ପାଦ ଓ ବେକରେ ଗଭୀର ଆଘାତ ଲାଗିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
The post ‘ଗୋ-ବ୍ୟାକ୍’ ସ୍ଲୋଗାନ ଭିତରେ ହସ୍ପିଟାଲ ଯାଇ ମମତାଙ୍କୁ ଭେଟିଲେ ରାଜ୍ୟପାଳ appeared first on Odisha Reporter.
from Odisha Reporter https://ift.tt/3bADr15
No comments:
Post a Comment