ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜେଇ କାରବାରରେ ସଂପୃକ୍ତ ଅଭିଯୋଗରେ ଗୁଜରାଟ ସୁରଟ ପୁଲିସ ଦ୍ୱାରା ଗିରଫ ସୁନିଲ ପାଣ୍ଡିକୁ ଆଜି କୋର୍ଟ ଚାଲାଣ କରାଯିବ। ସୁନିଲକୁ ଗୁଜରାଟ ପୁଲିସ ଓଡ଼ିଶାରୁ ଗିରଫ କରି ସୁରଟ ନେଇଥିଲା। ଏହାପରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ସୁରଟ ପୁଲିସ ସୂଚନା ଦେଇଛି।
ପୁଲିସ କହିଛି ଯେ, ପାଣ୍ଡି ବନ୍ଧୁ ନାମରେ କୁଖ୍ୟାତ ଥିବା ସୁନିଲ ପାଣ୍ଡି ଓ ଅନିଲ ପାଣ୍ଡି ଏକ ବଡ଼ ଗଞ୍ଜେଇ ରାକେଟ୍ ଚଳାଇଥିଲେ। ଦୁହେଁ ଓଡ଼ିଶାରୁ କୋଟି କୋଟି ଟଙ୍କାର ଗଞ୍ଜେଇ ସୁରଟକୁ ଓ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ କରୁଥିବା କ୍ରାଇମବ୍ରାଞ୍ଚ ସୁରାକ୍ ପାଇଥିଲା । ହେଲେ ସେମାନଙ୍କ ନାଁ ବ୍ୟତୀତ ପୁଲିସ ପାଖରେ ଫଟୋଟିଏ ବି ନଥିଲା। ତେବେ ଭିତିରିଆ ସୂଚନା ଓ ମୋବାଇଲ୍ ସର୍ଭେଲାନ୍ସ ସହାୟତାରେ ସୁନିଲକୁ ରାତି ଅଧିଆ ଚଢ଼ାଉ କରି ଧରିବାରେ ସଫଳ ହୋଇଛି ପୁଲିସ । ଅନିଲ ମଧ୍ୟ ଖୁବଶୀଘ୍ର ଧରାପଡ଼ିବ ବୋଲି ସୁରଟ କ୍ରାଇମବ୍ରାଞ୍ଚ ଏସିପି ଆଶା ପ୍ରକାଶ କରିଛନ୍ତି। ଉଭୟଙ୍କ ନାଁରେ ସୁରଟରେ ଏକାଧିକ ମାମଲା ରହିଛି।
The post ଗଞ୍ଜେଇ ବେପାର କରୁଥିଲେ, ଓଡ଼ିଶାରୁ ଧରିଲା ଗୁଜରାଟ ପୁଲିସ୍ appeared first on Odisha Reporter.
from Odisha Reporter https://ift.tt/3rDdW4K
No comments:
Post a Comment