ରାଉରକେଲା(ପବନ ତିୱାରି): କରୋନାର କୋପ ଯୋଗୁ ବଦଳିଗଲା ନିଷ୍ପତ୍ତି। ଅଫଲାଇନ୍ ନୁହେଁ ଅନଲାଇନ୍ରେ ହେବ ନିଟ୍ ଶେଷ ବର୍ଷ ଫାଇନାଲ୍ ସେମିଷ୍ଟାର ପରୀକ୍ଷା। ଏନେଇ ନିଟ୍ କର୍ତ୍ତପକ୍ଷ ସ୍ପଷ୍ଟ କରିଥିଲେ ମଧ୍ୟ କେବେଠୁ ପରୀକ୍ଷା ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ମାର୍ଚ୍ଚ ୩ ତାରିଖରୁ ନିଟ୍ କ୍ୟାମ୍ପସ୍କୁ ଫେରିଥିଲେ ଛାତ୍ରଛାତ୍ରୀ। ଏବେ ପ୍ରାୟ ୨ ହଜାର ଛାତ୍ରଛାତ୍ରୀ ହଷ୍ଟେଲରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପରି ସ୍ଥିତିରେ ଆସନ୍ତା ୫ ତାରିଖରୁ ଅଫଲାଇନ୍ରେ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଅଫଲାଇନ୍ ପରୀକ୍ଷା ହେଲେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଅନ୍ଲାଇନ୍ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। କେବେ ଓ କେଉଁ ସମୟରେ ପରୀକ୍ଷା କରାଯିବ ସେନେଇ ଆଉଥରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।
ତେବେ ଏବେ ପ୍ରାୟ କ୍ୟାମ୍ପସ୍ରେ ୨ ହଜାର ପିଲା ଥିବା ବେଳେ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ ହେବ ବୋଲି ଜଣାଯାଇଛି। ଏହାପରେ ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଟେଷ୍ଟ ହେବ। ଏହାପରେ ନେଗେଟିଭ ଥିବା ଛାତ୍ରଛାତ୍ରୀ ନିଜ ଘରକୁ ଯାଇପାରିବେ ବୋଲି ରାଉରକେଲା ଏଡିଏମ୍ ଅବୋଲି ନରୱେଣ ସୂଚନା ଦେଇଛନ୍ତି।
The post ବଦଳିଲା ନିଷ୍ପତ୍ତି:ଅଫଲାଇନ୍ରେ ନୁହେଁ ଅନଲାଇନ୍ରେ ହେବ ନିଟ୍ ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/3dbrZbB
No comments:
Post a Comment