ଉଗ୍ର ହେଉଛି କରୋନା: ପ୍ରଥମଥର ୬୦ ହଜାର ଡେଇଁଲା ଦୈନିକ ସଂକ୍ରମଣ, ୨୯୧ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 26, 2021

ଉଗ୍ର ହେଉଛି କରୋନା: ପ୍ରଥମଥର ୬୦ ହଜାର ଡେଇଁଲା ଦୈନିକ ସଂକ୍ରମଣ, ୨୯୧ ମୃତ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଥିବା କରୋନା ଭାଇରସ ଏବେ ଉଗ୍ର ରୂପ ଧାରଣ କରିବାକୁ ବସିଲାଣି। ସ୍ଥିତି ଏପରି ହୋଇଛି ଯେ ଦୈନିକ ସଂକ୍ରମଣ ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଯେଉଁଭଳି ଭାବେ କରୋନା ତା’ର ଫଁ ଦେଖାଉଥିଲା ଏବେ ମଧ୍ୟ ଅନରୂପ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ପ୍ରାୟ ୧୬୫ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୬୦ ହଜାର ପାର୍‌ କରିଛି। ସେହିପରି ଦିନକରେ କରୋନା ୨୯୧ ଜଣଙ୍କ ମୁଣ୍ଡ ନେଇଛି। ସେପଟେ କରୋନାର ଦ୍ୱିତୀୟ ଲହର ୧୦୦ ଦିନ ଧରି ଭାରତକୁ କଲବଲ କରିବ ବୋଲି ବିଶେଷଜ୍ଞମାନେ କହିବା ପରେ ଲୋକଙ୍କ ଛାତିରେ ଛନକା ପଶିଛି।

କରୋନା ମାଡ଼ରୁ ଭର୍ତ୍ତିବାକୁ ହେଲେ ଟିକାକରଣ ହିଁ ଏକମାତ୍ର ଉପାୟ। ନାଇଟ କର୍ଫ୍ୟୁ ଓ ଆଶିଂକ ଲକଡାଉନ କରୋନା ସଂକ୍ରମଣ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଖୋଦ୍‌ କେନ୍ଦ୍ର ସରକାର କହିଛନ୍ତି। ଏସବୁକୁ ନେଇ ସାଧାରଣ ଲୋକ ଚିନ୍ତାରେ ରହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୬୨,୨୫୮ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା, ୧,୧୯,୦୮,୯୧୦ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୧,୧୨,୯୫,୦୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେବଳ ୨୪ ଘଣ୍ଟାରେ ୩୦,୩୮୬ ଜଣ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୪,୫୨,୬୪୭ ରହିଛି। ଗତକାଲି ତୁଳନାରେ ଏହା ୩୧,୫୮୧ ଅଧିକ। ସେହିପରି କରୋନା ମହାମାରୀ ଗୋଟିଏ ଦିନରେ ଆଉ ୨୯୧ ଜଣଙ୍କ ମୁଣ୍ଡ ନେଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୬୧,୨୪୦କୁ ବୃଦ୍ଧି ପାଇଛି। ଏଯାଏ ଦେଶରେ ମୋଟ ୫,୮୧,୦୯,୭୭୩ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇଛି।


ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି। ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବକାଳୀନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏଠାରେ ୩୬,୯୦୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ମୁମ୍ବାଇରେ କ୍ରମାଗତ ତୃତୀୟ ଦିନ ପାଇଁ ୫ ହଜାରରୁ ଅଧିକ ସଂକ୍ରମିତ ସାମ୍ନାକୁ ଆସିଛନ୍ତି। ଗୋଟିଏ ଦିନରେ ସହରରୁ ୫,୫୧୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ମହାରାଷ୍ଟ୍ର ବ୍ୟତୀତ ପଞ୍ଜାବ ଓ ଗୁଜରାଟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଞ୍ଜାବରେ ୩,୧୭୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାର ଅର୍ଥ ପ୍ରଥମଥର ପାଇଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାର କରିଛି। ସେହିପରି ରାଜ୍ୟରେ କରୋନା ୫୯ ଜଣଙ୍କ ଜୀନବ ନେଇଛି। ମହାରାଷ୍ଟ୍ରରେ ୧୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ପଞ୍ଜାବ ରହିଛି। ମଧ୍ୟପ୍ରଦେଶ, ତାମିଲନାଡୁ, କେରଳ, ହରିଆଣା ଓ ଛତିଶଗଡ଼ରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।

The post ଉଗ୍ର ହେଉଛି କରୋନା: ପ୍ରଥମଥର ୬୦ ହଜାର ଡେଇଁଲା ଦୈନିକ ସଂକ୍ରମଣ, ୨୯୧ ମୃତ appeared first on Odisha Reporter.



from Odisha Reporter https://ift.tt/3d8Xh2Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages