ଚଣ୍ଡିଗଡ: କୋଳରେ ଛୁଆ ଦେହରେ ୟୁନିଫର୍ମ। ଛୁଆକୁ ଧରି ରାସ୍ତା ଉପରେ କରୁଛନ୍ତି ଡ୍ୟୁଟି। କର୍ତ୍ତବ୍ୟ ଆଗରେ ଫିକା ପଡିନି ମମତା। କୋଳରେ କୁନି ଛୁଆକୁ ଧରି ଚାଲିଛି ଟ୍ରାଫିକ କଣ୍ଟ୍ରୋଲ । ମା’ ହେବା ସହ ନିଜ କର୍ତ୍ତବ୍ୟକୁ ମଧ୍ୟ ସେ ସମାନ ରୂପେ ପାଳନ କରୁଛନ୍ତି। ଏଭଳି ଜଣେ ମହିଳା କନଷ୍ଟେବଳଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚଣ୍ଡିଗଡର ପୁଲିସ କନଷ୍ଟେବଳ ପ୍ରିୟଙ୍କା। ସେ କନଷ୍ଟେବଳ ହେବା ସହ ପାଲଟିଛନ୍ତି ସୁପରମମ୍। ଗତ ଶୁକ୍ରବାର ଦିନ ଚଣ୍ଡିଗଡ ସେକ୍ଟର-୨୪ରେ ସେ ନିଜ ଛୁଆକୁ କୋଳରେ ଧରି ଟ୍ରାଫିକ କଣ୍ଟ୍ରୋଲ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ସେହି ରାସ୍ତା ଦେଇ ଯାଉଥିବା କେତେକ ଯାତ୍ରୀ ତାଙ୍କର ଏଭଳି ଟ୍ରାଫିକ ନିୟମନ୍ତ୍ରଣ କରୁଥିବା ଶୈଳୀକୁ ଦେଖି କିଏ ଫଟୋ ଉଠାଇଥିଲା ତ ଆଉ କିଏ ତାଙ୍କର ଭିଡିଓ ତିଆରି କରିଥିଲା।
ଏହାପରେ ପ୍ରିୟଙ୍କାଙ୍କ ଭିଡିଓ ସୋଶାଲ ମିଡିଆରେ ସେଆର ହୋଇଥିଲା। ଏବେ ପ୍ରିୟଙ୍କାଙ୍କ ଏହି ଭିଡିଓକୁ ଲୋକେ ଦେଖି ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏଥିସହ ତାଙ୍କର ଏଭଳି କାମକୁ ଦେଖି ସମସ୍ତେ ସଲମା କରୁଛନ୍ତି। ଏହି ଭିଡିଓରେ ମହିଳା ଜଣକର ମା’ ମମତା ଏବଂ ଟ୍ରାଫିକ ପୁଲିସ ହେବାର କର୍ତ୍ତବ୍ୟ ପୁରାପୁରି ଝଲସୁଛି।
Watch: #Chandigarh traffic police woman #constable performs duty with child, video viral pic.twitter.com/f9j4KzaiXW
— The Tribune (@thetribunechd) March 6, 2021
The post କୋଳରେ ଛୁଆ ଧରି କରୁଛନ୍ତି ଟ୍ରାଫିକ ନିୟନ୍ତ୍ରଣ appeared first on Odisha Reporter.
from Odisha Reporter https://ift.tt/3v0ZB4a
No comments:
Post a Comment