ଷ୍ଟ୍ରେଚ୍‌ରରେ ଦେଢ଼ କିମି ବୁହାହେଲେ ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ଷ୍ଟ୍ରେଚ୍‌ରରେ ଦେଢ଼ କିମି ବୁହାହେଲେ ରୋଗୀ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ରାସ୍ତା ଖରାପ ଥିବାରୁ ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ। ରୋଗୀଙ୍କୁ ଦେଢ଼ କିମି ଷ୍ଟ୍ରେଚ୍‌ରରେ ବୋହିଲେ ମେଡିକାଲ୍‌ କର୍ମଚାରୀ ଓ ତାଙ୍କ ସମ୍ପର୍କୀୟ। ଆଜି ସକାଳେ ଏପରି ଚିତ୍ର ବୌଦ୍ଧ ଜିଲ୍ଲାରୁ ଆସିଛି।

ବୌଦ୍ଧ ବ୍ଲକ୍ ଆମ୍ବଝରୀ ପଞ୍ଚାୟତ ବିଜାମାରୀ ଗାଁ ପ୍ରଭାକର କଅଁର ଅସୁସ୍ଥ ହୋଇପଡ଼ିଥିଲେ। ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଠିକ୍‌ ସମୟରେ ଆମ୍ୱୁଲାନ୍ସ ଗାଁକୁ ଆସୁଥିଲା। ହେଲେ ବିଜାମାରୀ ଗାଁକୁ ଯାଇ ପାରିଲାନାହିଁ। ଅଧାରାସ୍ତାରେ ଅଟକିଲା ଆମ୍ୱୁଲାନ୍ସ। ରାସ୍ତା ପହଞ୍ଚିଥିଲା। ଶେଷରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ କୃଷ୍ଣଚନ୍ଦ୍ର ସାହୁ, ଡ୍ରାଇଭର ବସିଷ୍ଠ ନାଏକ  ଓ ଅଟେଣ୍ଡାଣ୍ଟ ବାଦଲ ବେହେରା ପ୍ରମୁଖ ରୋଗୀଙ୍କୁ ଷ୍ଟ୍ରେଚରରେ ପ୍ରାୟ ଏକ କିଲୋମିଟର ବୋହି ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ତାଙ୍କୁ ନେଇ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ସୂଚନାରୁ ପ୍ରକାଶ, ଦେଶ ସ୍ୱାଧୀନତା ହେବାର ଅନେକ ବର୍ଷ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଗାଁକୁ ରାସ୍ତା ନଥିବାରୁ ଗୁରୁତର ରୋଗୀଙ୍କୁ ଆଣିବା ପାଇଁ ଆମ୍ୱୁଲାନ୍ସ ଯାଇପାରୁନି। ଯାହାଫଳରେ ଲୋକେ ନାହିଁନଥିବା ଅସୁବିଧାରେ  ପଡ଼ୁଛନ୍ତି।

The post ଷ୍ଟ୍ରେଚ୍‌ରରେ ଦେଢ଼ କିମି ବୁହାହେଲେ ରୋଗୀ appeared first on Odisha Reporter.



from Odisha Reporter https://ift.tt/3qjV7lH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages