ପତ୍ନୀଙ୍କ ଚ୍ୟାଲେଞ୍ଜ ପୂରଣ କଲେ ସାହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ପତ୍ନୀଙ୍କ ଚ୍ୟାଲେଞ୍ଜ ପୂରଣ କଲେ ସାହିଦ

ମୁମ୍ବାଇ: ପତ୍ନୀଙ୍କ କଥା ମାନିଲେ ବଲିଉଡ ଅଭିନେତା ସାହିଦ କପୁର। କେବଳ ସେତିକି ନୁହେଁ ପତ୍ନୀ ମୀରା ରାଜପୁତ ଦେଇଥିବା ଚ୍ୟାଲେଞ୍ଜକୁ ମଧ୍ୟ ପୂରଣ କଲେ। ବଲିଉଡର ସବୁଠାରୁ ସଫଳ ଦମ୍ପତିଙ୍କ ମଧ୍ୟରୁ ସାହିଦ କପୁର ଓ ମୀରା ରାଜପୁତ ହେଉଛନ୍ତି ଜଣେ। ସାହିଦ ଏବଂ ମୀରାଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ରହିଛି। ମୀରା ପ୍ରତିଦିନ ସ୍ୱାମୀ ସାହିଦଙ୍କ ସହ ନିଜ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେଆର କରନ୍ତି। ନିକଟରେ ଉୟଭଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମୀରା ଦେଇଥିବା ଗ୍ରେଭିଟି ଚ୍ୟାଲେଞ୍ଜକୁ ସାହିଦ ଖୁବ ସହଜରେ ପୂରଣ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ମୀରା ଏବଂ ସାହିଦ ଦୁହେଁ ଏକାଠି ଗ୍ରେଭିଟି ଚ୍ୟାଲେଞ୍ଜ କରୁଥିବା ନଜର ଆସିଛନ୍ତି। ମୀରା ଭାବୁଥିଲେ ଯେ, ସାହିଦ ଏହି ଚ୍ୟାଲେଞ୍ଜକୁ ପୂରଣ କରିପାରିବେ ନାହିଁ। କିନ୍ତୁ ସାହିଦ ମୀରାଙ୍କୁ ଭୁଲ୍ ପ୍ରମାଣିତ କରି ଖୁବ ସହଜରେ ପୁରାପୁରି ସଠିକ ଢ଼ଙ୍ଗରେ ଏହି ଚ୍ୟାଲଞ୍ଜକୁ ପୂରଣ କରି ଦେଖଇଛନ୍ତି।  ଏହି ଚ୍ୟାଲେଞ୍ଜିଂ ଭିଡିଓକୁ ମୀରା ତାଙ୍କ ଇନଷ୍ଟାଗ୍ରାମରେ ସେଆର କରି ଲେଖିଛନ୍ତି, ମିଷ୍ଟର କପୁର ଚ୍ୟାଲେଞ୍ଜ ପାଇଁ ସର୍ବଦା ପ୍ରସ୍ତୁତ।

ସୂଚନାଯୋଗ୍ୟ ଯେ, ସାହିଦଙ୍କୁ ଶେଷଥର ପାଇଁ ତାଙ୍କ ସୁପରହିଟ୍ ଫିଲ୍ମ ‘କବିର ସିଂହ’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଫିଲ୍ମ ‘ଜର୍ସି’ ଆସୁଛି। ଏଥିରେ ତାଙ୍କ ଅପୋଜିଟରେ ମୃଣାଳ ଠାକୁର ଓ ପଙ୍କଜ କପୁର ନଜର ଆସିବେ। ଏହା ତେଲୁଗୁ ଫିଲ୍ମର ରିମେକ୍। ଏଥିରେ ସାହିଦଙ୍କୁ ଜଣେ କ୍ରିକେଟର ଭୂମିକାରେ ଦେଖିବାକୁ ମିଳିବ।

 

View this post on Instagram

 

A post shared by Mira Rajput Kapoor (@mira.kapoor)

The post ପତ୍ନୀଙ୍କ ଚ୍ୟାଲେଞ୍ଜ ପୂରଣ କଲେ ସାହିଦ appeared first on Odisha Reporter.



from Odisha Reporter https://ift.tt/3c8mIBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages