ନୂଆଦିଲ୍ଲୀ: ବଜେଟ ଅଧିବେଶର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଉପରାଷ୍ଟ୍ରପତି ତଥା ଗୃହର ଚେୟାରମ୍ୟାନ୍ ଭେଙ୍କେୟା ନାଇଡୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଉ ବିଭିନ୍ନ ଦଳର ମହିଳା ସାଂସଦ ସଂସଦରେ ମହିଳାଙ୍କ ସଂରକ୍ଷଣ ବାବଦରେ କହିଥିଲେ।
ତେବେ ଓଡ଼ିଆ ବୋହୂ ତଥା ପ୍ରଖ୍ୟାତ ଓଡ଼ିଶୀ ଡ୍ୟାନସର ସୋନାଲ ମାନସିଂହ ସଂସଦରେ ନିଜର ମତ ରଖିଥିଲେ। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମସ୍ତେ ମହିଳାଙ୍କ ସୁରକ୍ଷା ଓ ସଂରକ୍ଷଣ ବାବଦରେ କହୁଥିବା ବେଳେ ସୋନାଲ କିନ୍ତୁ କହିଥିଲେ ଅନ୍ତର୍ଜାତୀୟ ପୁରୁଷ ଦିବସ ମଧ୍ୟ ପାଳନ ହେବା ଦରକାର। ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି।
I demand that International Men's Day should also be celebrated: BJP MP Sonal Mansingh in Rajya Sabha pic.twitter.com/1xYDUuX8Np
— ANI (@ANI) March 8, 2021
ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଥିଲେ ଯେ ଅନ୍ତର୍ଜାତୀୟ ମହିଳା ଦିବସ ହେଉଛି ସମଗ୍ର ବିଶ୍ୱରେ ମହିଳାଙ୍କ ସାମାଜିକ, ଅର୍ଥନୀତିକ, ସାଂସ୍କୃତିକ ତଥା ରାଜନୀତିକ ଅବଦାନ ତଥା ସଫଳତାକୁ ପାଳନ କରିବା ପାଇଁ ଏକ ଦିନ। ଏହି ସମୟରେ, ସେହି ସଫଳତା ପାଇଁ ତାଙ୍କର ଅଦମ୍ୟ ସାହସକୁ ସମ୍ମାନିତ କରିବାର ଦିନ।
ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଥିଲେ ଯେ ୨୪ ବର୍ଷ ପୂର୍ବେ ଆମେ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ପ୍ରସ୍ତାବ ଦେଇଥିଲୁ। ଏବେ ମହିଳା ମୋଟ୍ ଜନସଂଖ୍ୟାର ୫୦ ପ୍ରତିଶତ। ତେଣୁ ଏବେ ସଂସଦ ଏବଂ ବିଧାନସଭାରେ ମହିଳାମାନେ ୫୦ ପ୍ରତିଶତ ସଂରକ୍ଷଣ ପାଇବା ଉଚିତ୍। କାହିଁକି ୫୦ ପ୍ରତିଶତ ସଂରକ୍ଷଣ ମିଳିବ ନାହିଁ ବୋଲି ମଧ୍ୟ ସାଂସଦ ପ୍ରଶ୍ନ କରିଛନ୍ତି। କୋଭିଡ ମହାମାରୀ ବେଳେ ମହିଳାମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ତେଣୁ ସଂସଦରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବା ଦରକାର ବୋଲି ଶିବସେନା ସାଂସଦ କହିଛନ୍ତି।
ସେହିପରି ଏନସିପି ସାଂସଦ ଡକ୍ଟର ଫୈଜିଆ ଖାନ କହିଛନ୍ତି ଯେ ଅନେକ ରିପୋର୍ଟରୁ ଜଣାପଡିଛି ଯେ ୬ ପ୍ରତିଶତରୁ ଅଧିକ ମହିଳା ମାତ୍ର ନେତୃତ୍ୱ ନେଉଛନ୍ତି। ଏ ବାବଦରେ ଆମେ ଚିନ୍ତା କରିବା ଉଚିତ୍। ଲୋକସଭା ଓ ରାଜ୍ୟସଭାରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ ଆମେ ଆରମ୍ଭ କରିପାରିବା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସାଂସଦ ସୋନାଲ ମାନସିଂହ ହେଉଛନ୍ତି ପ୍ରଖ୍ୟାତ ଓଡ଼ିଶୀ ତଥା ଭାରତନାଟ୍ୟମର ଡ୍ୟାନସର। ୧୯୬୭ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ରାଷ୍ଟ୍ରପତିଙ୍କ ଦ୍ୱାରା ସେ ସଂସଦକୁ ମନୋନୀତ ହୋଇଛନ୍ତି। ଓଡ଼ିଶାର ପ୍ରଖ୍ୟାତ ଲେଖକ ସ୍ୱର୍ଗତ ମାୟାଧର ମାନସିଂହଙ୍କ ବୋହୂ ତଥା ପୂର୍ବତନ ରାଷ୍ଟ୍ରଦୂତ ଲଳିତ ମାନସିଂହଙ୍କ ପତ୍ନୀ ହେଉଛନ୍ତି ସୋନାଲ। ଏବେ କିନ୍ତୁ ଉଭୟଙ୍କର ଛାଡ଼ପତ୍ର ହୋଇଯାଇଛି।
The post ସଂସଦରେ ଗର୍ଜିଲେ ଓଡ଼ିଆ ବୋହୂ, ପୁରୁଷ ଦିବସ ପାଇଁ କଲେ ଦାବି appeared first on Odisha Reporter.
from Odisha Reporter https://ift.tt/2Ouj6RO
No comments:
Post a Comment