ମୁମ୍ବାଇ: ଆଉ ହସାଉ ନାହାନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ଗତ କିଛି ଦିନ ତଳେ ଅଫ୍ ଏୟାର ହୋଇସାରିଛି। ଏହାକୁ ନେଇ ତାଙ୍କ ପ୍ରଶଂସକମାନ ନିରାଶ ହୋଇପଡିଛନ୍ତି। ତେବେ ନିରାଶ ହୋଇପଡିଥିବା ପ୍ରଶଂସକଙ୍କ ପାଇଁ ଏବେ ଆସିଛି ଖୁସି ଖବର। ଖୁବଶୀଘ୍ର ନୂଆ ରୂପରେ ଆସିବେ କପିଲ। ଏନେଇ ସେ ନିଜେ ଇସାରା ଦେଇଛନ୍ତି। ଖୁବଶୀଘ୍ର ସେ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବେ।
କପିଲ ଶର୍ମା ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେଆର କରିଛନ୍ତି, ଯେଉଁଥିରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ଏକ ଭିଡିଓ ରହିଛି। ଏହି ଭିଡିଓର ପ୍ରାରମ୍ଭରେ ‘ମେନ୍ୟୁରେ ସବୁ ନୂଆ’ ବୋଲି ଲେଖା ହୋଇଛି। ଭିଡିଓକୁ ସେଆର କରି କପିଲ ଲେଖିଛନ୍ତି।, “ବହୁତ ଦିନ ହୋଇଗଲା, ନେଟଫ୍ଲିକ୍ସ ମୋର କମେଡି ସ୍ପେଶାଲ ଅର୍ଡର କେବେ ଆସିବ କୁହ?”
ନିକଟରେ ସୋନି ଟିଭିରେ ପ୍ରସାରିତ ଦ କପିଲ ଶର୍ମା ଶୋ’ ଅଫ ଏୟାର ହୋଇଛି। ତେବେ ଶୋ’ ବନ୍ଦ ହେବା ପଛର କାରଣ ନେଇ କପିଲ କହିଛନ୍ତି, ସେ ଟିକେ କାମରୁ ବ୍ରେକ ନେଇଛନ୍ତି, ନିଜ ପତ୍ନୀ ଏବଂ ଦୁଇ ଛୁଆ ସହ କିଛି ସମୟ ବିତାଇବା ପାଇଁ ଚାହାନ୍ତି। ଏହାପର ସେ ପୁଣି ଥରେ ଫେରିବେ ବୋଲି ସେ କହିଛନ୍ତି । ତେବେ ଲାଗୁଛି କପିଲ ଟିଭିକୁ ଫେରିବା ପୂର୍ବରୁ ତାଙ୍କ ଡିଜିଟାଲ ଶୋ’ ଆରମ୍ଭ ହୋଇଯିବ।
ଗତ କିଛି ଦିନ ତଳେ କପିଲ ଦ୍ୱିତୀୟ ସନ୍ତାନର ବାପା ହୋଇଛନ୍ତି। ଏହାପୂର୍ବରୁ ସେ ଇନଷ୍ଟାଗ୍ରାମରେ ତାଙ୍କ ଝିଅ ଅନାୟରାଙ୍କ ସହ ଏକ ଫଟୋ ସେଆର କରିଥିଲେ। ଫଟୋ ସେଆର କରି ସେ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ କହିଥିଲେ। ତାଙ୍କର ଏହି ପୋଷ୍ଟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
View this post on Instagram
The post ଏବେ କମେଡି କିଙ୍ଗ କପିଲଙ୍କ ମେନ୍ୟୁରେ ସବୁ ନୂଆ appeared first on Odisha Reporter.
from Odisha Reporter https://ift.tt/3kCJ29Z
No comments:
Post a Comment