ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଅପରାହ୍ନରେ ଘର ଖାଲି କରିବାକୁ କହିଲେ ଘର ମାଲିକ । ମାତ୍ର ତୁରନ୍ତ ଛାଡ଼ି ପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଲେ ଭଡାଟିଆ। ପରେ କିନ୍ତୁ ଏହାର ସାଂଘାତିକ ପରିଣାମ ଭୋଗ କରିବାକୁ ତାଙ୍କୁ । ଭଡ଼ାଟିଆଙ୍କ ଘରେ ପ୍ରାୟ ୪୦ରୁ ୫୦ ଅସାମାଜିକ ବ୍ୟକ୍ତି ଓ ବାଉନ୍ସର ପଶି ଭଙ୍ଗାରୁଜା କରିବା ସହ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଲହୁଲୁହାଣ ଅବସ୍ଥାରେ ଭଡ଼ାଟିଆଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ୧୪ ଜଣଙ୍କୁ ଅଟକ ରଖିଛି। ଏପରି ଘଟଣା ଖୋଦ ରାଜଧାନୀରେ ଘଟିଯାଇଛି।
ଭୁବନେଶ୍ୱର ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଜଣେ ବ୍ୟବସାୟୀ ଘର ଭଡ଼ା ନେଇ ରହୁଥିବା ବେଳେ ଏପରି ଭାବେ ଘର ମାଲିକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ବର୍ଷ ହେଲା ଏନ-୩ ଅଞ୍ଚଳରେ ଭଡାରେ ରହିଆସୁଥିଲେ । ହେଲେ ଗତକାଲି ଅପରାହ୍ଣରେ ତାଙ୍କ ଘର ଖାଲି କରିବାକୁ କୁହାଯିବାରୁ ସେ ତୁରନ୍ତ ଘର ଛାଡିପାରିବେ ନାହିଁ ବୋଲି ମନା କରିଥିଲେ । ଫଳରେ ପ୍ରାୟ ୫୦ ଲୋକ ତାଙ୍କ ଘରେ ଜୋରଜବରଦସ୍ତ ପଶିବା ସହ ଭଙ୍ଗାରୁଜା କରିଥିଲେ । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।
ଏନେଇ ଅଭିଯୋଗକାରୀ କହିଛନ୍ତି, ଆକ୍ରମଣକାରୀମାନେ ମୋର ସବୁ କାଗଜପତ୍ର, ଫାଇଲ, ଜିନିଷପତ୍ର ନେଇଯାଇଛନ୍ତି। ବାଡ଼ାବାଡ଼ି କରିଛନ୍ତି।
ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ୪୦ରୁ ୫୦ ଅସାମାଜିକ ଲୋକ, ବାଉନ୍ସର ପଶି ଭଙ୍ଗାରୁଜା କରିଥିଲେ। ସିସିଟିଭି କ୍ୟାମେରା ଭାଙ୍ଗିଛନ୍ତି। ତାଙ୍କର କିଛି ଜିନିଷ ନେଇଯାଇଛନ୍ତି। ଏହି ଘଟଣାରେ ନୟାପଲ୍ଲୀ ପୁଲିସ୍ ୧୪ଜଣଙ୍କୁ ଅଟକ ରଖିଛି।
The post ଘର ଖାଲି କରିବାକୁ କହିଲେ ମାଲିକ, ମନା କରିବାରୁ ପଶିଲେ ବାଉନ୍ସର appeared first on Odisha Reporter.
from Odisha Reporter https://ift.tt/2P3N0wl
No comments:
Post a Comment