୪୨ ବର୍ଷରେ ମାଟ୍ରିକ୍‌, ୬୫ ବର୍ଷରେ ଆଇନ୍‌: ସ୍ତ୍ରୀ ଚାଲିଗଲେ ତଥାପି ହାର୍‌ ମାନି ନଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 16, 2021

୪୨ ବର୍ଷରେ ମାଟ୍ରିକ୍‌, ୬୫ ବର୍ଷରେ ଆଇନ୍‌: ସ୍ତ୍ରୀ ଚାଲିଗଲେ ତଥାପି ହାର୍‌ ମାନି ନଥିଲେ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) ବିଫଳତା ସଫଳତାର ସୋପାନ। ବାରମ୍ବାର ବିଫଳ ହେବା ପରେ ହାର ନମାନି ଆଗକୁ ବଢ଼ିବାକୁ ହେବ। କିଛି ଏଭଳି ଦୃଢ଼ ଇଚ୍ଛା ଶକ୍ତି, ମନୋବଳ ଧରି ୬୫ ବର୍ଷ ବୟସରେ ପଢ଼ିବାର ଜୁ ରଖିଛନ୍ତି ତ୍ରିଲୋଚନ ନାଏକ । ଘର ତାଙ୍କର ଢେଙ୍କାନାଳ ସଦର ବ୍ଲକ ପାରିଖେଦା ଗାଁର।

ଏହି ୬୫ ବର୍ଷରେ ଏବେ ସେ  ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ବାର୍ କାଉନ୍ସିଲରେ ନାଁ ବି ପଞ୍ଜୀକରଣ କରିଛନ୍ତି । ହେଲେ ଏ ଆଇନ ପାଠ ପଢ଼ିବା ଯାଏଁ ଯାତ୍ରା କଥା ଶୁଣିଲେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ମାଟ୍ରିକରୁ ଆଇନ ପଢ଼ିବା ଯାଏ ତାଙ୍କୁ ଲାଗିଛି ପ୍ରାୟ ୫୦ ବର୍ଷ । ତ୍ରିଲୋଚନ୍ ପ୍ରଥମ ଥର ପାଇଁ ୧୯୭୨ ମସିହାରେ ଦେଇଥିଲେ ମାଟ୍ରିକ୍ ପରୀକ୍ଷା। ଗାଁ ସ୍କୁଲରେ ପରୀକ୍ଷା ଦେଇ ସଫଳ ନହେବା ପରେ ହାର ମାନିନଥିଲେ। ବରଂ ପୁଣି ଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିଲେ। ବାର୍ଷିକ, ସପ୍ଲିମେଣ୍ଟାରୀ ଭଳି ୪୨ ଥର ପରୀକ୍ଷା ଦେଇ ୧୯୯୨ରେ ମାଟ୍ରିକ୍‌ରେ କୃତ୍ତକାର୍ଯ୍ୟ ହୋଇଥିଲେ ।

ଯୁକ୍ତ ଦୁଇ ପାସ କରିବାକୁ ବି ତ୍ରିଲୋଚନଙ୍କୁ ଲାଗିଥିଲା ୧୯ ବର୍ଷ । ଏହାପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ୩  ପାସ କରି ୨୦୧୭ରେ ଲରେ ନାମ ଲେଖାଇଥିଲେ । ଆଉ ଏବେ ଧଳା ସାର୍ଟ ଓ ନେକ୍ ବ୍ୟାଣ୍ଡ ପିନ୍ଧି ଓକିଲାତି କରିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି। ତ୍ରିଲୋଚନଙ୍କ ଏହି ଯାତ୍ରା ଥିଲା ବେଶ କଷ୍ଟଦାୟକ ଓ ଲାଞ୍ଝନା ଭର୍ତ୍ତି। ଗାଁରେ ଘରୁ ବାହାରୁ ଥିବା ବେଳେ ସବୁବେଳେ ତାଙ୍କୁ ଶୁଣିବାକୁ ପଡ଼ିଛି ଅନ୍ୟର ଥଟ୍ଟା ପରିହାସ ଓ ଟାହି ଟାପରା । ତଥାପି ଏସବୁକୁ ଖାତିର ନକରି ଆଗକୁ ବଢ଼ି ଚାଲିଥିଲେ ତ୍ରିଲୋଚନ।

ତ୍ରିଲୋଚନ ପେଶାରେ ଜଣେ ଚାଷୀ । କ୍ଷେତରୁ ଯାହା ମିଳେ ସେଥିରେ ପରିବାର ଚଳାନ୍ତି । ପାଠ ପଢ଼ିବା ଓ ପରୀକ୍ଷା ଦେବା ଯାତ୍ରା ଭିତରେ ସ୍ତ୍ରୀ ଆରଅ ପାରିକୁ ଚାଲି ଗଲେଣି । ତେଲ ଲୁଣ ସଂସାରରେ ଦୁଇ ପୁଅକୁ ବଡ଼ କରିଛନ୍ତି। ବୋହୂ ମାନେ ଆସିବା ପରେ ତ୍ରିଲୋଚନଙ୍କୁ ପାଠ ପଢ଼ିବାରେ ସହାୟତା କରିଛନ୍ତି। ଏପରିକି ଯେତେବେଳେ ଯୁକ୍ତ ପରୀକ୍ଷା ଦେଇଥିଲେ ତ୍ରିଲୋଚନ ତାଙ୍କ ସହପାଠୀ ଥିଲେ ନିଜ ବଡ଼ ପୁଅ। ତ୍ରିଲୋଚନ କୁହନ୍ତି ଯେତେ ଝଡ଼ ଝଞ୍ଜା ଆସେ ମୁଁ କାହାକୁ ଭୃକ୍ଷେପ ନକରି ମୋ ବାଟରେ ମୁଁ ଚାଲିଥାଏ। ଲୋକେ ଟାହିଟାପରା କରନ୍ତି। ତୁମେ କାହିଁକି ଆଉ ପାଠ ପଢ଼ୁଛ। ପାଠରେ କଣ ମୂଲ୍ୟ। ଏମିତି କେତେ କଣ ତାତ୍ସଲ୍ୟ ଶୁଣିବାକୁ ମିଳିଥିଲା। ହେଲେ ସେ ସବୁକୁ ମୁଁ ଖାତିର ନକରି ମୁଁ ମୋ ଲକ୍ଷରେ ଆଗେଇ ଚାଲିଥିଲି ବୋଲି ତ୍ରିଲୋଚନ କହିଛନ୍ତି।

ବୟସ କେବଳ ଏକ ସଂଖ୍ୟା, ପାଠ ପଢ଼ିବାକୁ ଦୃଢ଼ ଇଚ୍ଛା ଶକ୍ତି ଆଗରେ କୌଣସି ପ୍ରତିବନ୍ଧକ ରୋକିପାରିବନି । ତାହା ପ୍ରମାଣିତ କରି ଦେଖାଇଛନ୍ତି ତ୍ରିଲୋଚନ ।

The post ୪୨ ବର୍ଷରେ ମାଟ୍ରିକ୍‌, ୬୫ ବର୍ଷରେ ଆଇନ୍‌: ସ୍ତ୍ରୀ ଚାଲିଗଲେ ତଥାପି ହାର୍‌ ମାନି ନଥିଲେ appeared first on Odisha Reporter.



from Odisha Reporter https://ift.tt/3bTf7Yg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages