କଟକ(ଓଡ଼ିଶା ରିପୋର୍ଟର): ଏସ୍ସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସି ଗୁରୁତର ହୋଇପଡ଼ିଥିବା ମହିଳା ରୋଗୀ ଶେଷରେ ଆଖି ବୁଜିଛନ୍ତି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ନିକଟରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ମହିଳାଜଣକ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ସେ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିବା ବେଳେ ଗତ ୮ ତାରିଖରେ ତାଙ୍କ ଉପରକୁ ଏକ ଫ୍ୟାନ୍ ଖସି ପଡ଼ିଥିଲା। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
The post ରୋଗୀଙ୍କ ଉପରେ ଖସି ପଡ଼ିଥିଲା ଫ୍ୟାନ୍, ଶେଷରେ ଆଖି ବୁଜିଲେ appeared first on Odisha Reporter.
from Odisha Reporter https://ift.tt/3lmzP5L
No comments:
Post a Comment