ଚିନ୍ତା ବଢ଼ାଇଲା କରୋନା: ଗୋଟିଏ ହଷ୍ଟେଲର ୪୪ ଜଣ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 11, 2021

ଚିନ୍ତା ବଢ଼ାଇଲା କରୋନା: ଗୋଟିଏ ହଷ୍ଟେଲର ୪୪ ଜଣ ପଜିଟିଭ

ମୁମ୍ବାଇ: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। ଏସବୁ ଭିତରେ ଲାଠୁରର ଏମଆଇଡିସି ଅଞ୍ଚଳରେ ଥିବା ଗୋଟିଏ ହଷ୍ଟେଲର ୪୪ ଜଣ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଏହାର ମାସକ ପୂର୍ବରୁ ଏହି ସମାନ ହଷ୍ଟେଲର ୪୭ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସହରର ଉପକଣ୍ଠରେ ଥିବା ଗୋଟିଏ ଇଂରାଜୀ ମିଡିୟମ ସ୍କୁଲ ନିକଟରେ ଏହି ହଷ୍ଟେଲଟି ରହିଛି। ଏଠାରେ ୮ମରୁ ୧୦ମ ଶ୍ରେଣୀର ପିଲାମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଶିକ୍ଷାର୍ଥୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ସ୍ଥାନୀୟ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା କରାଯିବ। ସେହିପରି ହଷ୍ଟେଲକୁ ବିଶୋଧନ କରାଯିବା ସହ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନ୍ୟପକ୍ଷରେ ପୂରା ଲାଠୁରରେ ଗତ ୨୪ ଘଣ୍ଟାରେ ମୋଟ ୧୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୧ ଜଣ ପୌର ପାଳିକା ଅନ୍ତର୍ଗତ ଅଞ୍ଚଳର। ସେହିପରି ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଲାଠୁରରେ କରୋନା ଯୋଗୁ ଏଯାଏ ମୋଟ ୭୧୫ ଜଣଙ୍କ ମୃତ୍ୟୁ ଘଟିଲାଣି।

The post ଚିନ୍ତା ବଢ଼ାଇଲା କରୋନା: ଗୋଟିଏ ହଷ୍ଟେଲର ୪୪ ଜଣ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/30APNzN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages