ଓଡ଼ିଆ ଜାଣି ନ ଥିବାରୁ ହାତରୁ ଖସିଗଲା ସରପଞ୍ଚ ପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ଓଡ଼ିଆ ଜାଣି ନ ଥିବାରୁ ହାତରୁ ଖସିଗଲା ସରପଞ୍ଚ ପଦ

ବ୍ରହ୍ମପୁର(ଜଗନ୍ନାଥ ଦାସ): ଓଡ଼ିଆ ଲେଖି ପଢି ଜାଣି ନଥିବାରୁ ମାସେ ବ୍ୟବଧାନରେ ଗଞ୍ଜାମ ଜିଲ୍ଲାର ଆଉ ଜଣେ ଲୋକ ପ୍ରତିନିଧୀଙ୍କ ହାତରୁ ଖସିଗଲା ସରପଞ୍ଚ ପଦ। ଛତ୍ରପୁର ବ୍ଳକର ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ. ଲଷ୍ମୀଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି ଛତ୍ରପୁର ସିଭିଲ ଜଜ୍। ମାସେ ପୂର୍ବରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ସରପଞ୍ଚ ପି.ସମାଦ୍ରୀଙ୍କ ହାତରୁ ପଦ ଖସି ଯାଇଥିଲା ଏହି ପଦ।

ସୂଚନାଯୋଗ୍ୟ, ଓଡ଼ିଆ ଜାଣି ନ ଥିବା ସହ ପ୍ରାର୍ଥିପତ୍ର ଦାଖଲ ସମୟରେ ଜାଲ ଜାତି ପ୍ରମାଣ ପତ୍ର ଦାଖଲ କରିଥିବା  ନେଇ  ୨୦୧୭ ମାର୍ଚ୍ଚରେ ସରପଞ୍ଚ ଏମ୍. ଲକ୍ଷ୍ମୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ଘଟଣାର ତଦନ୍ତ କରି ତାଙ୍କ ପଦକୁ ରଦ୍ଦ କରାଯାଇଛି।

ଏନେଇ ଏମ୍. ଲକ୍ଷ୍ମୀଙ୍କ ପ୍ରତିପକ୍ଷ ଓକିଲ  ପ୍ରଭୁଚରଣ ସାହୁ କହିଛନ୍ତି, “ଓଡ଼ିଶାରେ ସରପଞ୍ଚ ପଦ ନିମନ୍ତେ ଆବଶ୍ୟକତା ଅନୁଯାୟୀ ଏମ୍. ଲକ୍ଷ୍ମୀ  ଓଡ଼ିଆ ଲେଖିପଢ଼ି ଜାଣି ନାହାନ୍ତି। ଏହାବ୍ୟତୀତ ଉକ୍ତ ସିଟ୍‌ ଓବିସି ପାଇଁ ସଂରକ୍ଷିତ ଥିଲା। ହେଲେ ଲକ୍ଷ୍ମୀ ଯେଉଁ ସାଟିଫିକେର୍ଟ ଦେଇଥିଲେ ତାହା ନକଲି ଥିଲା । ଏହି ଆଧାରରେ ଆମେ ୨୦୧୭ ମସିହାରେ କେସ୍‌ କରିଥିବା ବେଳେ ଏହାର ଶୁଣାଣି କରି କୋର୍ଟ ଲକ୍ଷ୍ମୀଙ୍କ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏଥିସହ ଜିଲ୍ଲାପାଳଙ୍କୁ ତୁରନ୍ତ ଉକ୍ତ ପଦ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।”

ସୂଚନାଯୋଗ୍ୟ, ଏହି କାରଣରୁ କିଛି ଦିନ ପୂର୍ବେ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଥିଲା।  ୨୦୧୭ ପଞ୍ଚାୟତ ଇଲେକ୍ସନରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଁଗାଁ ସରପଞ୍ଚ ପି.ସମାଦ୍ରୀ ବିଜୟୀ ହୋଇଥିଲେ । କିନ୍ତୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୌଡ଼  ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।

ପି.ସମାଦ୍ରୀ ଓଡ଼ିଆ ପଢି ଜାଣି ନାହାନ୍ତି, ସେ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କରି ଛଅଟି ସନ୍ତାନ ରହିଥିବା ନେଇ ଓକିଲଙ୍କ ଜରିଆରେ ପିଟିସନ ଦାଖଲ କରିଥିଲେ ନିବାସୀ ଗୌଡ଼ । ଏହି ମାମଲାର ଶୁଣାଣି କରି   ଛତ୍ରପୁର ସିଭିଲ କୋର୍ଟ  ବିଚାରପତି ପି.ସମାଦ୍ରୀଙ୍କ ସରପଞ୍ଚ ପଦ ରଦ୍ଦ କରିଥିଲେ।

The post ଓଡ଼ିଆ ଜାଣି ନ ଥିବାରୁ ହାତରୁ ଖସିଗଲା ସରପଞ୍ଚ ପଦ appeared first on Odisha Reporter.



from Odisha Reporter https://ift.tt/3c2PPqR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages