ଛେପ ପକାଇ ବାହାଘରରେ ଲୋକଙ୍କୁ ରୁଟି ଦେଉଥିଲେ, ଲାଗିଲା ଏନଏସଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

ଛେପ ପକାଇ ବାହାଘରରେ ଲୋକଙ୍କୁ ରୁଟି ଦେଉଥିଲେ, ଲାଗିଲା ଏନଏସଏ

ମୀରଟ: ଉତ୍ତର ପ୍ରଦେଶର ମୀରଟରେ କିଛି ଦିନ ତଳେ ଲୋକଙ୍କୁ ଏକ ବିବାହ କାର୍ଯ୍ୟକ୍ରମରେ ରୁଟିରେ ଛେପ ପକାଇ ଖାଇବାକୁ ଦେଉଥିବା ଯୁବକଙ୍କ ଅଡ଼ୁଆ ବଢ଼ିଛି। ସେ ଛେପ ପକାଇ ରୁଟିକୁ ସେକିବା ସହ ଲୋକଙ୍କୁ ଖାଇବା ପାଇଁ ଦେଉଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ସେବେଠାରୁ ଯୁବକ ଜଣଙ୍କ ଜେଲ୍‌ରେ ରହିଛନ୍ତି। ଏବେ ତାଙ୍କ ନାଁରେ ପୁଲିସ୍‌ ପ୍ରଶାସନ ଜାତୀୟ ସୁରକ୍ଷା ଆଇନ(ଏନଏସଏ) ଜରିଆରେ ମାମଲା ରୁଜୁ କରିଛି।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶକ୍ରମେ ସୋହିଲଙ୍କ ନାଁରେ ଏନଏସଏ ଲାଗିଛି। ତେଣୁ ସେ ଆଉ ଏହି ମାମଲାରେ ଜାମିନ ପାଇବେ ନାହିଁ। କିଛି ଦିନ ତଳେ ସୋହିଲଙ୍କ ପରିବାର ଲୋକ ସିଜେଏମଙ୍କ ନିକଟରେ ତାଙ୍କର ଜାମିନ ଆବେଦନ କରିଥିଲେ। ସୂତ୍ର ଅନୁସାରେ, ଜାମିନରେ ବାହାରିଲେ ସୋହିଲଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି।

ଗିରଫ ପରେ ସୋହିଲଙ୍କୁ କୋର୍ଟରେ ହାଜର କରାଯିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ତାଙ୍କୁ କୋର୍ଟ ପାଖରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତାଙ୍କ ଖଲାସ ଉପରେ ରୋକ ଲଗାଇବାକୁ ଏନଏସଏ ଜରିଆରେ ମାମଲା କରିଥିବା ଜଣାପଡ଼ିଛି।

ଫେବୃଆରୀ ମାସରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଥିଲେ। ଭିଡିଓ ଅନୁଯାୟୀ, ସୋହିଲ ପ୍ରଥମେ ରୁଟିକୁ ହାତରେ ଗୋଲ କରିବା ପରେ ଏଥିରେ ଛେପ ପକାଉଥିଲେ। ଏହାପରେ ନିକଟରେ ଥିବା ନିଆଁରେ ଏହାକୁ ସେକୁ ଥିଲେ। ନିଆଁରୁ ବାହାର କରି ରୁଟିକୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କୁ ଖାଇବାକୁ ଦିଆଯାଉଥିଲା।


ଯୁବକଙ୍କ ଏହି କାରନାମାକୁ ଜଣେ ବ୍ୟକ୍ତି ବେଶ ଗୁପ୍ତ ଭାବେ ମୋବାଇଲରେ ଉଠାଇଥିଲେ। ସେ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଥିଲା। ଲୋକମାନେ ଘଟଣାରେ ସଂପୃକ୍ତ ଯୁବକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। କରୋନା ସଂକ୍ରମଣ ଭିତରେ ଏପରି ଘଟଣା ଦେଖି ଲୋକମାନେ ବିଚଳିତ ବି ହୋଇପଡ଼ିଥିଲେ।

The post ଛେପ ପକାଇ ବାହାଘରରେ ଲୋକଙ୍କୁ ରୁଟି ଦେଉଥିଲେ, ଲାଗିଲା ଏନଏସଏ appeared first on Odisha Reporter.



from Odisha Reporter https://ift.tt/3vGtDKY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages