ଟାଇଗରଙ୍କୁ ଟକ୍କର ଦେଲେ ଦିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

ଟାଇଗରଙ୍କୁ ଟକ୍କର ଦେଲେ ଦିଶା

ମୁମ୍ବାଇ: ବଲିଉଡ ବୋଲ୍ଡ ଅଭିନେତ୍ରୀ ଦିଶା ପଟାନୀ। ସେ ତାଙ୍କର ଗ୍ଲାମରସ ଲୁକ ଏବଂ ଫିଟନେସ୍ ପାଇଁ ବି-ଟାଉନରେ ବେଶ ଜଣାଶୁଣା। ଇନଷ୍ଟାଗ୍ରାମରେ ସେ ତାଙ୍କର ପ୍ରତିଦିନ କିଛି ନା କିଛି ଫଟୋ ହେଉ ଅବା ଭିଡିଓ ଶେଆର କରନ୍ତି। ତାଙ୍କର ଏହି ଫଟୋ ପ୍ରଶଂସକଙ୍କୁ ମତୁଆଲା କରିବା ସହ ସୋଶାଲ ମିଡିଆରେ ନିଆଁ ଲଗାଇଦିଏ ଏବଂ ଜୋରସୋରରେ ଭାଇରାଲ ମଧ୍ୟ ହୁଏ। ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ବୟଫ୍ରେଣ୍ଡ ଟାଇଗର ସ୍ରଫ୍‌ଙ୍କୁ ଟକ୍କର ଦେଉଥିବା ଦେଖିବାକୁ ମିଳିଛି।

ଦିଶା ପଟାନୀ ନିଜକୁ ଫିଟ୍ ରଖିବା ପାଇଁ ଜିମ୍‌ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଝାଳ ବୁହାନ୍ତି। ତେବେ ନିଜକୁ ଫିଟ୍‌ ରଖିବାର ନିଶା ଦିଶାଙ୍କୁ ଏତେ ଘାରିଛି ଯେ ତାହା ଏବେ ଦ୍ୱିଗୁଣିତ ହୋଇଯାଇଛି।  କୁହାଯାଏ ଯେ, ପୁଅମାନେ ହିଁ ଭାରି ଜିନିଷ ଉଠାଇବାରେ ସକ୍ଷମ କୁନ୍ତୁ ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଦିଶା। ସେ ଜିମ୍‌ରେ ୭୦ କିଲୋ ଓଜନ ଉଠାଇ ୱେଟଲିଫ୍ଟିଂ କରୁଥିବା ଦେଖିବାକୁ ମିଳିଛି।

ଏହି ୭୦ କିଲୋ ଓଜନ ଉଠାଇ ଦିଶା ଏକ୍ସରସାଇଜ ମଧ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ସେ ଅଭିନେତା ଟାଇଗର ସ୍ରଫଙ୍କ ଭଳି ଫ୍ଲାଇଂ କିକ୍ ମାରୁଥିବା ମଧ୍ୟ ନଜର ଆସିଛନ୍ତି। ଦିଶାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦିଶା ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରି କ୍ୟାପସନରେ ଲେଖିଛନ୍ତି, “ମୋର ସବୁଠାରୁ ମନ ପସନ୍ଦ ଏକ୍ସରସାଇଜ ଭିତରୁ ଏହା ଗୋଟିଏ।”

ଦିଶାଙ୍କ ଏହି ଭିଡିଓକୁ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲେବ୍ରିଟିମାନେ ମଧ୍ୟ ପସନ୍ଦ କରୁଛନ୍ତି। ଭିଡିଓକୁ ଦେଖି ଟାଇଗର ସ୍ରଫଙ୍କ ମା’ ଆଇସା ସ୍ରଫ ମଧ୍ୟ ପ୍ରଶଂସା କରିଛନ୍ତି। ସେ ତାଙ୍କ ଭିଡିଓରେ କମେଣ୍ଟ କରି `ବାଃ ଦିଶା’ ବୋଲି ଲେଖିଛନ୍ତି।

 

View this post on Instagram

 

A post shared by disha patani (paatni) (@dishapatani)

 

View this post on Instagram

 

A post shared by disha patani (paatni) (@dishapatani)

The post ଟାଇଗରଙ୍କୁ ଟକ୍କର ଦେଲେ ଦିଶା appeared first on Odisha Reporter.



from Odisha Reporter https://ift.tt/3vQAQb4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages