ମନ୍ତ୍ରୀଙ୍କ ନାଁରେ ବଟି ଆଦାୟ ଅଭିଯୋଗ, ସଂସଦରେ ହଙ୍ଗାମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

ମନ୍ତ୍ରୀଙ୍କ ନାଁରେ ବଟି ଆଦାୟ ଅଭିଯୋଗ, ସଂସଦରେ ହଙ୍ଗାମା

ମୁମ୍ୱାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ। ଯଦିଓ ଶାସକ ଦଳ ଏନସିପି ଅଭିଯୋଗକୁ ଖଣ୍ଡନ କରିଛି। ହେଲେ ବିରୋଧୀ ବିଜେପି ଏହାକୁ ନେଇ ଆରମ୍ଭ କରିଛି ରାଜନୀତି। ଗୃହମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେବା ସହିତ ସେ ଇସ୍ତଫା ଦେବା ଦରକାର ବୋଲି ବିଜେପି ଦାବି କରିଛି। ଏମିତିକି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ବିରୋଧୀ ବିଜେପି କହିଛି।

ଗତକାଲି ଏନସିପି ସୁପ୍ରିମୋ ଏହି ପ୍ରସଙ୍ଗରେ ଦଳୀୟ ନେତାଙ୍କ ସହ ବୈଠକ କରିଥିଲେ। ଆଉ ବୈଠକ ପରେ ଏନସିପି ନେତା ତଥା ମହାରାଷ୍ଟ୍ରର ମନ୍ତ୍ରୀ ଜୟନ୍ତ ପାଟିଲ କହିଥିଲେ ଦେଶମୁଖ ଇସ୍ତଫା ଦେବେ ନାହିଁ। ଏହାପରେ ସୋମବାର ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ସାଂସଦ ଗିରିଶ ବାପତ।

ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଦରକାର ବୋଲି ସେ ଦାବି କରିଛନ୍ତି। ଶିବସେନା ତଥା ମହାରାଷ୍ଟ୍ର ସରକାରକୁ ଟାର୍ଗେଟ କରି ବିଜେପି କହିଛି ଦେଶରେ ବୋଧହୁଏ ଏହା ପ୍ରଥମ ଘଟଣା ହେବ ଜଣେ ଅଭିଯୁକ୍ତ ଏପିଆଇ ଯିଏକି ୧୦୦ କୋଟି ଟଙ୍କାର ଚାନ୍ଦା ଆଦାୟ କରୁଥିଲା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସପକ୍ଷରେ ପ୍ରେସ କନଫରେନସ କରିଥିଲେ। ଏମିତିକି ସଚିନ ଦେଶର ସବୁଠୁ ଭଲ ପୁଲିସ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବିଜେପି ସାଂସଦ ରାକେଶ ସିଂହ କହିଛନ୍ତି।

ମହାରାଷ୍ଟ୍ରରେ ଯେଉଁ ମେଣ୍ଟ ସରକାର ଚାଲିଛି। ବିଭିନ୍ନ ଅଭିଯୋଗ ଶାସକ ଦଳ ଗୁଡ଼ିକ ଉପରେ ରହିଛି। ଏବେ ଏହି ସବୁ ମାମଲା ତଦନ୍ତ ହେବା ଦରକାର। ଏବଂ ଅନୀଲ ଦେଶମୁଖ ଓ ଉଦ୍ଧବ ଠାକରେ ଇସ୍ତଫା ଦେବା ଦରକାର ବୋଲି ସେ କହିଛନ୍ତି। ସେହିପରି ରିପବ୍ଲିକ ପାର୍ଟି ଅଫ୍ ଇଣ୍ଡିଆର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱାଲେ ମଧ୍ୟ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି।

ଅନ୍ୟପଟେ ଶିବସେନା ସାଂସଦ ସଞ୍ଜୟ ରାଉତ ମିଡିଆକୁ କହିଛନ୍ତି, ଯଦି କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ତଦନ୍ତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଚେଷ୍ଟା କରାଯିବ ତାହେଲେ ମହାରାଷ୍ଟ୍ର ଆଗାମୀ ଦିନରେ ଅଶାନ୍ତ ହେବ ବୋଲି ଏହି ଶିବସେନା ନେତା କହିଛନ୍ତି।

The post ମନ୍ତ୍ରୀଙ୍କ ନାଁରେ ବଟି ଆଦାୟ ଅଭିଯୋଗ, ସଂସଦରେ ହଙ୍ଗାମା appeared first on Odisha Reporter.



from Odisha Reporter https://ift.tt/313iq9d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages