ଭାରତର କରୋନା ଟିକା ନୀତିକୁ ଆଇଏମଏଫର ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

ଭାରତର କରୋନା ଟିକା ନୀତିକୁ ଆଇଏମଏଫର ପ୍ରଶଂସା

ମିଳିତ ଜାତିସଂଘ: ମହାମାରୀ କରୋନାକୁ ମାତ୍‌ ଦେବାରେ ଭାରତ ଆପଣାଇଥିବା ଆଭିମୁଖ୍ୟକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରିଛି। ବିଶେଷ କରି କରୋନା ଟିକାକୁ ନେଇ ଭାରତ ଯେଉଁ ନୀତି ଅବଲମ୍ବନ କରିଛି, ତାହା ଗୋଟିଏ ଅଲଗା ଉଦାହାରଣ ସୃଷ୍ଟି କରିଛି ବୋଲି ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି। କରୋନା ମହାମାରୀ ବେଳେ ଭାରତ ଟିକାର ଉତ୍ପାଦନ ଓ ଏହାକୁ ବିଭିନ୍ନ ରାଷ୍ଟ୍ରକୁ ପଠାଇଥିବାରୁ ଗୀତା ଗୋପୀନାଥ ଏପରି କହିଛନ୍ତି।

ସେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମ ଯୋଗଦେଇ କହିଛନ୍ତି, ଯଦି ଆପଣମାନେ ପଚାରନ୍ତି ଦୁନିଆରେ ଟିକା ଉତ୍ପାଦନ ହବ୍ କେଉଁଠାରେ ଅଛି, ତେବେ ଏହାର ଉତ୍ତର ଭାରତ ହିଁ ହେବ। ଭାରତ କରୋନା ଟିକା ପ୍ରଦାନରେ ଯେଉଁ ନୀତି ଅବଲମ୍ବନ କରିଛି, ତାହା ସମଗ୍ର ବିଶ୍ୱରେ ନୂଆ ଉଦାହରଣ ସୃଷ୍ଟି କରିଛି।

ଗୀତା ଗୋପୀନାଥ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ନିୟମିତ ଭାବେ ପ୍ରତିବର୍ଷ ସେରମ ବିଶ୍ୱରରେ ସବୁଠାରୁ ଅଧିକ ଟିକା ଉତ୍ପାଦନ କରୁଛି। ଏବେ ସେରମ କୋଭାକ୍ସକୁ ଦିଆଯିବାକୁ ଥିବା ଟିକାର ଉତ୍ପାଦନ କରୁଛି। ସେରମ ଉତ୍ପାଦିତ କରିଥିବା ଟିକା କୋଭାକ୍ସ ଜରିଆରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ପ୍ରଦାନ କରାଯିବ।

ମହାମାରୀ କରୋନା ବିରୋଧରେ ଲଢ଼େଇ କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ବିଶ୍ୱରେ ଦେଖାଯାଇଥିବା ସବୁଠାରୁ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ବେଳେ ଭାରତ ସମସ୍ତଙ୍କୁ ସହଯୋଗ କରିଛି। ଟିକା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ମେଡିକାଲ ଭିତ୍ତିଭୂମି ଯୋଗାଇ ଦେଇଛି ବୋଲି ସେ କହିଛନ୍ତି।

ଭାରତ ଅନୁଦାନ ଭିତ୍ତିରେ ତା’ର ପଡ଼ୋଶୀ ନେପାଳ, ବାଂଲାଦେଶ, ମିଆଁମାରକୁ କରୋନା ଟିକା ଦେଇଛି। ସେହିପରି କେତେକ ଦେଶକୁ ବାଣିଜ୍ୟିକ ଯୋଗାଣ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଇଏମଏଫ ଭାରତର ଅଭିବୃଦ୍ଧି ୨୦୨୧ରେ ୧୧.୫% ରହିବ ବୋଲି ଆକଳନ କରିଥିଲା। କରୋନା ସଙ୍କଟ ପରେ ଭାରତ ସମଗ୍ର ବିଶ୍ୱରେ ପ୍ରଥମ ରାଷ୍ଟ୍ର ଭାବେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାରରେ ଆଗକୁ ବଢ଼ିବ ବୋଲି ଆଇଏମଏଫ କହିଛି।

The post ଭାରତର କରୋନା ଟିକା ନୀତିକୁ ଆଇଏମଏଫର ପ୍ରଶଂସା appeared first on Odisha Reporter.



from Odisha Reporter https://ift.tt/3qpB3OB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages