୧୫୪ଟି ଆସନରେ ଲଢ଼ିବ କମଲ ହାସନଙ୍କ ଦଳ, ବାକି କାହାକୁ ଛାଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 8, 2021

୧୫୪ଟି ଆସନରେ ଲଢ଼ିବ କମଲ ହାସନଙ୍କ ଦଳ, ବାକି କାହାକୁ ଛାଡ଼ିଲା

ଚେନ୍ନାଇ: ଅଭିନେତାରୁ ନେତା ବନିଥିବା ସୁପରଷ୍ଟାର କମଲ ହାସନଙ୍କ ଦଳ ଏମକେଏମ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ। ରାଜ୍ୟରେ ଥିବା ୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଦଳ ୧୫୪ଟି ସ୍ଥାନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ସେହିପରି ବାକି ୮୦ଟି ଆସନ ଏମକେଏମ ନିଜର ଦୁଇ ସହଯୋଗୀ ଏଆଇଏସଏମ ଓ ଆଇଜେକେ ପାଇଁ ଛାଡ଼ିଛି। ଏହି ଦୁଇ ଦଳ ରାଜ୍ୟର ୪୦ଟି ଲେଖାଏ ଆସନରେ ପ୍ରାର୍ଥୀ ଦେବେ।

ଏମକେଏମ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ତାମିଲନାଡୁବାସୀ ଦୀର୍ଘଦିନ ଧରି ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ହେଉଛି ଆମ ଦଳର ଏକମାତ୍ର ଲକ୍ଷ୍ୟ। ତାମିଲନାଡୁର ଗର୍ବ ଓ ଐତିହ୍ୟକୁ ଠିକ୍‌ ରାସ୍ତାରେ ନେବା ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ। ଆମର ଆଶା ଲୋକମାନେ ମଧ୍ୟ ଆମ ସହ ଏହି ଅଭିଯାନରେ ସାମିଲ ହେବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମକେଏମର ଟିକେଟ ପାଇବା ପାଇଁ ସାଧାରଣ ଲୋକ ବି ଆବେଦନ କରିପାରିବେ। ଜଣେ ବ୍ୟକ୍ତି ଚାହିଁଲେ ଅନଲାଇନ ଦ୍ୱାରା ଏମକେଏମର ଟିକେଟ୍‌ ପାଇଁ ଆବେଦନ କରିପାରିବେ। ଯଦି ତାଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଆସିବ, ତା’ହେଲେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ସାକ୍ଷାତକାର ନିଆଯିବ। ସେ ସାକ୍ଷାତକାରରେ ପାସ୍‌ ହେଲେ, ତାଙ୍କୁ ଦଳୀୟ ଟିକେଟ୍‌ରେ ନିର୍ବାଚନ ଲଢ଼ିବାକୁ ଅନୁମତି ମିଳିବ।

ଦଳ ରାଜ୍ୟରେ ବଢ଼ୁଥିବା ଦୁର୍ନୀତି, ନିଯୁକ୍ତି, ଗ୍ରାମୀଣ ବିକାଶ ଓ ଲୋକଙ୍କୁ ସୁହାଇଲା ଭଳି ଇ-ଗର୍ଭନାନ୍ସ ଆଦି ପ୍ରସଙ୍ଗକୁ ଆୟୁଧ କରି ନିଜର ପ୍ରଚାର କରୁଛି। ସରକାରୀ ଯୋଜନା ଲୋକମାନେ ଯେମିତି ପାଇ ପାରିବେ, ସେଥିପାଇଁ ଦଳ କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ୟୁଟର ମାଗଣାରେ ଯୋଗାଇ ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି।

୨୦୧୯ ମସିହା ଲୋକସଭା ନିର୍ବାଚନରେ କମଲ ହାସନଙ୍କ ଦଳ ମାତ୍ର ୪% ଭୋଟ ପାଇଥିଲା। ସହାରାଞ୍ଚଳରେ ଦଳର ଭୋଟ ପ୍ରତିଶତ ସର୍ବାଧିକ ୧୦% ରହିଥିଲା। ଦଳର ଉପ ସଭାପତି ତଥା କୋଏମ୍ବାଟୁର୍ ଆସନରୁ ପ୍ରାର୍ଥୀ ହୋଇଥିବା ଡା ଆର ମହେନ୍ଦ୍ରନ ପୂରା ଲୋକସଭା ନିର୍ବାଚନ ମଣ୍ଡଳୀରେ ୧.୪୫ ଲକ୍ଷ ବା ୧୧.୬% ଭୋଟ ପାଇଥିଲେ।

The post ୧୫୪ଟି ଆସନରେ ଲଢ଼ିବ କମଲ ହାସନଙ୍କ ଦଳ, ବାକି କାହାକୁ ଛାଡ଼ିଲା appeared first on Odisha Reporter.



from Odisha Reporter https://ift.tt/3elbcVK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages