ଘରୋଇ ହସ୍ପିଟାଲ୍‌ର କରୋନା ଖର୍ଚ୍ଚ; ଦର୍ଶାଇଛନ୍ତି ୪୭୯ କୋଟି, ପାଇଛନ୍ତି ୩୪୪ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

ଘରୋଇ ହସ୍ପିଟାଲ୍‌ର କରୋନା ଖର୍ଚ୍ଚ; ଦର୍ଶାଇଛନ୍ତି ୪୭୯ କୋଟି, ପାଇଛନ୍ତି ୩୪୪ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସା ବାବଦକୁ ୪୭୯ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି ଘରୋଇ ହସ୍ପିଟାଲ। ସେଥିରୁ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ୬୬୨ ଟଙ୍କା। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

କରୋନା ରୋଗୀଙ୍କ ପାଇଁ କିମ୍‌ସ ସର୍ବାଧିକ ଖର୍ଚ୍ଚ କରିଥିବା ଦର୍ଶାଇଛି। କିମ୍‌ସ ୫୯ କୋଟି ୪୧ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ୩୮ କୋଟି ଟଙ୍କା ପାଇଛି। ଦ୍ୱିତୀୟରେ ରହିଛି ସମ୍‌। ଏହି ହସ୍ପିଟାଲ୍‌ ୫୮ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି। ସେଥିରୁ ପାଇଛି ୨୮ କୋଟି ଟଙ୍କା।

ସେହିପରି ହାଇଟେକ ୩୩ କୋଟି ୩୮ ଲକ୍ଷ ଦର୍ଶାଇଥିବା ବେଳେ ପାଇଛି ୧୯ କୋଟି ୧୦ ଲକ୍ଷ। କଟକ ଅଶ୍ୱିନୀ ହସ୍ପିଟାଲ୍‌ ୩୨ କୋଟି ୩୫ ଲକ୍ଷ ଦର୍ଶାଇଥିବା ବେଳେ ୨୭ କୋଟି ୬୬ ଲକ୍ଷ ଟଙ୍କା ପାଇଛି।

ସନ ହସ୍ପିଟାଲ୍‌ ୭ କୋଟି ୩୦ ଲକ୍ଷ ଟଙ୍କା ଦର୍ଶାଇଥିବା ବେଳେ ପାଇଛି ୭ କୋଟି ୧୯ ଲକ୍ଷ। କଟକ ସଦ୍‌ଗୁରୁ ହସ୍ପିଟାଲ ଖର୍ଚ୍ଚ ବାବଦକୁ ଦର୍ଶାଇଛି ୭ କୋଟି ୫୪ ଲକ୍ଷ। ପାଇଛି ସବୁ ଟଙ୍କା।

ସେହିପରି କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳରେ ଅଦ୍ୟାବଧି କୋଭିଡ୍‌ ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ଲୋକ ପିଛା ୧୬ ହଜାର ୨୭୯ ଟଙ୍କା ୩୨ ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ପ୍ରଶ୍ନର ଉତ୍ତରରେ ସେ ଏକଥା କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଘରୋଇ ହସ୍ପିଟାଲ ଗୁଡିକୁ ୨୪ କୋଟି ୮୬ ଲକ୍ଷ ୧୬ ହଜାର ୧୧୪ ଟଙ୍କା ଦିଆଯାଇଛି। କେବଳ କଟକ ମହାନଗର ନିଗମକୁ ୨୬ କୋଟି ୭୪ ଲକ୍ଷ ୫୨ ହଜାର ୮୬୮ ଟଙ୍କା ଦିଆଯାଇଛି।

୨୦୨୧ ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ରାଜ୍ୟରେ ୮୦,୨୩,୯୭୮ ଜଣଙ୍କର କରୋନା ଟେଷ୍ଟ ହୋଇଛି। ସେଥିରୁ ୧୬,୯୭,୨୩୪ ଜଣଙ୍କର ଆର୍‌ଟିପିସିଆର୍‌ ଓ ୬୨,୯୯,୭୧୬ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିବା ମନ୍ତ୍ରୀ କହିଛନ୍ତି।

 

The post ଘରୋଇ ହସ୍ପିଟାଲ୍‌ର କରୋନା ଖର୍ଚ୍ଚ; ଦର୍ଶାଇଛନ୍ତି ୪୭୯ କୋଟି, ପାଇଛନ୍ତି ୩୪୪ କୋଟି appeared first on Odisha Reporter.



from Odisha Reporter https://ift.tt/30G60Uo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages