ନିଆଁ ଆଁରେ ପଶିଗଲା ପୂରା ପରିବାର, ଜଳିଗଲେ ୪ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 15, 2021

ନିଆଁ ଆଁରେ ପଶିଗଲା ପୂରା ପରିବାର, ଜଳିଗଲେ ୪ ଛୁଆ

ପାଟନା: ଭୟାବହ ଅଗ୍ନିକାଣ୍ଡ। ନିଆଁ ଆଁରେ ପଶିଗଲା ପୂରା ପରିବାର। ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣ ଛୁଆ ସମେତ ୫ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଭୟଙ୍କର ଘଟଣା ଘଟିଛି ବିହାରର କିଶାନଗଞ୍ଜ ଅଞ୍ଚଳରେ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନା ମୁତାବକ, କିଶାନଗଞ୍ଜ ଥାନା ଅଞ୍ଚଳ ସଲାମ କଲୋନୀରେ ଏହି ଅଗ୍ନିକାଣ୍ଡ ଘଟିଛି। କୁହାଯାଉଛି ଯେ, ଆଜି ସକାଳୁ କଲୋନୀର ଏକ ଘରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ବିକରାଳ ରୂପ ଧାରଣ କରିଥିଲା। ଏଥିସହ ଆଖପାଖ ଘରକୁ ମଧ୍ୟ ନିଆଁ ମାଡି ଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗ୍ୟାସ୍‌ ସିଲିଣ୍ଡର ଫାଟିବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ପରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ତେବେ ନିଆଁ ଲିଭିବା ଭିତରେ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଜଳି ଯାଇଛନ୍ତି।  ମୃତକଙ୍କ ମଧ୍ୟରେ ଉକ୍ତ କଲୋନୀରେ ଭଡାରେ ରହୁଥିବା ନୁର ବାବୁଙ୍କ ସମେତ ତାଙ୍କର ୪ ପିଲା ଛୁଆ ଅଛନ୍ତି। ସେପଟେ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ପ୍ରଶାସନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛି।

The post ନିଆଁ ଆଁରେ ପଶିଗଲା ପୂରା ପରିବାର, ଜଳିଗଲେ ୪ ଛୁଆ appeared first on Odisha Reporter.



from Odisha Reporter https://ift.tt/3eKCjKh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages