ମୁମ୍ବାଇ: ଆମୀର ଖାନ୍ଙ୍କ ଝିଅ ଇରା ଖାନ୍ ଖୋଜୁଛନ୍ତି ଇଣ୍ଟର୍ଣ୍ଣ ପିଲା। ସେ ବି ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୨୫ ଜଣ ଇଣ୍ଟର୍ଣ୍ଣ ପିଲାଙ୍କ ଖୋଜାପଡିଛି। ମାନସିକ ବିକାରଗ୍ରସ୍ତ ଲୋକଙ୍କ ପ୍ରତି ଜାଗୃକତା ସୃଷ୍ଟି କରିବା ଲାଗି ସେ ଏଭଳି ବିଜ୍ଞପ୍ତି ଜାରି କରିଛନ୍ତି।
ଜାରି ହୋଇଥିବା ଏହି ନିଯୁକ୍ତି ବିଜ୍ଞପ୍ତିର ପୂରା ଡିଟେଲ ଇରା ତାଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଶେଆର କରିଛନ୍ତି। ମାନସିକ ବିକୃତ ଲୋକଙ୍କୁ ସହାୟତା କରିବା ପାଇଁ ଇରା ଏଭଳି ପଦେକ୍ଷପ ନେଇଛନ୍ତି। ଏହି ପୋଷ୍ଟରେ ଇରା ଏହି କାମ କେବେ ଆରମ୍ଭ ହେବ ଏବଂ ଇଚ୍ଛୁକ ପ୍ରାର୍ଥୀ କିଭଳି ଆବେଦନ କରିପାରିବେ ସେ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।
ଇରା ତାଙ୍କ ଇନ୍ଷ୍ଟା ପୋଷ୍ଟରେ କହିଛନ୍ତି ଯେ, ତାଙ୍କୁ ୨୫ ଜଣ ଇଣ୍ଟର୍ଣ୍ଣ ପିଲା ଦରକାର, ଯେଉଁମାନେ ମାନସିକ ବିକୃତ ଲୋକଙ୍କୁ ସହାୟତା କରିବାକୁ ଆଗ୍ରହୀ ଅଟନ୍ତି। ଏହି ଇଣ୍ଟର୍ଣ୍ଣସିପ୍ ମାସକ ପାଇଁ ଚାଲିବ, ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ୫ ହଜାର ଟଙ୍କା ଦରମା ମଧ୍ୟ ମିଳିବ। ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଇଣ୍ଟର୍ଣ୍ଣ ପିଲା ଦରକାର ବୋଲି ଆମୀର ଖାନ୍ଙ୍କ ଝିଅ ଇରା କହିଛନ୍ତି। ବିଭିନ୍ନ ଦେଶରୁ ଇଣ୍ଟର୍ଣ୍ଣ ପିଲା ଆସିଲେ ବିଭିନ୍ନ ଭାଷା କହୁଥିବା ଲୋକଙ୍କୁ ସାହାଯ୍ୟ କରିପାରିବେ। ଏହି ଇଣ୍ଟର୍ଣ୍ଣସ୍ମାନଙ୍କର କାମ ହେଉଛି ଆବଶ୍ୟକୀୟ ଲୋକଙ୍କୁ ଡାକିବା ଏବଂ ଇମେଲ ମାଧ୍ୟମରେ ସେମାନଙ୍କ ସହିତ ଯୋଗାଯୋଗ କରିବା। ଦିନକୁ ୮ ଘଣ୍ଟିଆ ଶିଫ୍ଟ ରହିବ, ଯାହା ୨୨ମାର୍ଚ୍ଚରୁ ଆରମ୍ଭ ହେବ ।
ଏହି କାମ ପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀ ଇରାଙ୍କ ଇନ୍ଷ୍ଟା ପୋଷ୍ଟକୁ ଯାଇ ସେଥିରେ ସେ ଦେଇଥିବା ଠିକଣାରେ ଆବେଦନ ପଠାଇପାରିବେ। ମାନସିକ ବିକାରଗ୍ରସ୍ତ ସମସ୍ୟା ସହ ଜଡିତ ଲୋକଙ୍କୁ ସହାୟତା କରିବା ପାଇଁ ଇରାଙ୍କ ଏହି ପଦେକ୍ଷପ ଛୋଟ ଆରମ୍ଭ ହୋଇଥିଲେ ମଧ୍ୟ ଏହା ନିଶ୍ଚିତ ରୂପେ ଅନ୍ୟମାନଙ୍କ ପାଇଁ ଲାଭଦାୟୀ ପ୍ରମାଣିତ ହେବ।
ସୂଚନାଯୋଗ୍ୟ ଯେ, ଲକଡାଉନ ପରଠାରୁ ଦେଶରେ ବହୁ ସଂଖ୍ୟାରେ ଲୋକେ ମାନସିକ ଚିନ୍ତା ତଥା ଅବସାଦର ସମ୍ମୁଖୀନ ହୋଇଛନ୍ତି। କିଛି ଲୋକ ଖୋଲାଖୋଲି ଭାବରେ ସେମାନଙ୍କ ସମସ୍ୟା କହୁଥିବାବେଳେ ଅନେକ ଲୋକେ ନିଜ ସମସ୍ୟା ବାଣ୍ଟିବାକୁ ଦ୍ୱିଧାବୋଧ କରୁଛନ୍ତି। ତେବେ ଏଭଳି ଲୋକଙ୍କୁ ସହାୟତା କରିବା ପାଇଁ ଆମୀର ଖାନ୍ଙ୍କ ଝିଅ ଏହି ମହତ ପଦକ୍ଷେପ ନେଇଛନ୍ତି।
The post ଇଣ୍ଟର୍ଣ୍ଣ ପିଲା ଖୋଜୁଛନ୍ତି ଆମୀର ଖାନ୍ଙ୍କ ଝିଅ appeared first on Odisha Reporter.
from Odisha Reporter https://ift.tt/3vLbwU1
No comments:
Post a Comment