ଆମ୍ବୁଲାନ୍ସ-ହାଇୱା ମୁହାଁମୁହିଁ ଧକ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

ଆମ୍ବୁଲାନ୍ସ-ହାଇୱା ମୁହାଁମୁହିଁ ଧକ୍କା

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟରେ ଏକ ଆମ୍ବୁଲାନ୍ସ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସଟି କୋରାପୁଟରୁ ଲକ୍ଷ୍ମୀପୁର ଯାଉଥିଲା। ଆମ୍ବୁଲାନ୍ସରେ ଡ୍ରାଇଭରକୁ ଛାଡ଼ି ଦେଲେ ଆଉ କେହି ନଥିଲେ। ଲକ୍ଷ୍ମୀପୁର ନିକଟସ୍ଥ କୁଡ଼ିପଦର ଛକରେ ଏକ ଘରୋଇ କମ୍ପାନୀର ପିଚୁ ବୋଝେଇ ହାଇୱା ସହ ଆମ୍ବୁଲାନ୍ସଟିର ମୁହାଁମୁହିଁ ଧକ୍କା ହୋଇଥିଲା। କାକିରିଗୁମ୍ମା ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତକାଲି ଅନୁଗୋଳ ଜିଲ୍ଲା ଜରପଡ଼ା ନିକଟରେ ଏକ ଆମ୍ବୁଲାନ୍ସ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆମ୍ବୁଲାନ୍ସଟି ୨ ଜଣ ରୋଗୀଙ୍କୁ ନେଇ ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିବା ବେଳେ ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

The post ଆମ୍ବୁଲାନ୍ସ-ହାଇୱା ମୁହାଁମୁହିଁ ଧକ୍କା appeared first on Odisha Reporter.



from Odisha Reporter https://ift.tt/2Pg1aKY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages