କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି ବେଙ୍ଗଲର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି। କିଛି ଦିନ ହେଲା ଟିଏମସିର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହେଉଥିଲେ।
ଏମାନଙ୍କ ମଧ୍ୟରୁ ସବୁଠାରୁ ହେଭିୱେଟ ଥିଲେ ଶୁଭେନ୍ଦୁ ଅଧିକାରୀ। ସେ ଏଥର ବିଜେପି ଟିକେଟରୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେଉଛନ୍ତି। ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ମମତା ନିଜେ ସେଠାରୁ ପ୍ରାର୍ଥୀ ହୋଇଛନ୍ତି। ଏସବୁ ଟକରାଟକରି ଭିତରେ ଯଶବନ୍ତ ସିହ୍ନା ଟିଏମସିରେ ମିଶିଛନ୍ତି।
ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ଶ୍ରୀ ସିହ୍ନା ୨୦୧୮ରେ ବିଜେପିକୁ ବାଏବାଏ କହିଥିଲେ। ସେବେଠାରୁ ସେ ଅନେକ ସମୟରେ ମୋଦି ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରି ଆସୁଛନ୍ତି। ଆଜି କୋଲକାତାରେ ଥିବା ଟିଏମସି ଭବନକୁ ଆସି ସେ ଦଳରେ ମିଶିଛନ୍ତି।
ଏହି ମିଶ୍ରଣ ପର୍ବରେ ଟିଏମସିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେ ଟିଏମସି କାର୍ଯ୍ୟାଳୟରୁ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦେଶ ଏକ ଅଭୂତ ପର୍ବ ସମୟର ସାମ୍ନା କରୁଛି। ଗଣତନ୍ତ୍ରର ଶକ୍ତି ଗଣତନ୍ତ୍ର ବିଭିନ୍ନ ସଂସ୍ଥାର ଶକ୍ତି ଉପରେ ନିର୍ଭର କରେ। କିନ୍ତୁ ବର୍ତ୍ତମାନ ନ୍ୟାୟପାଳିକା ଠାରୁ ଆରମ୍ଭ କରି ସବୁ ସଂସ୍ଥା ଦୁର୍ବଳ ହୋଇଯାଇଛି ବୋଲି ସେ କହିଛନ୍ତି।
The post ନିର୍ବାଚନ ପୂର୍ବରୁ ଟିଏମସିରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା appeared first on Odisha Reporter.
from Odisha Reporter https://ift.tt/2PUfskN
No comments:
Post a Comment