ଆବଶ୍ୟକ ଉପକରଣ: ଚିକେନ, ଦହି, ପିଆଜ, କ୍ୟାପସିକମ୍, ଅଦାରସୁଣ ପେଷ୍ଟ, ହଳଦି, ରେଡ ଚିଲି, ଗୋଲମରିଚ ପାଉଡ଼ର, ଲୁଣ, ରିଫାଇନ ତେଲ, ଗୋଟା ଗରମ ମସଲା, କାଜୁ ପେଷ୍ଟ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନରେ ଦହି, ଅଦାରସୁଣ ପେଷ୍ଟ, ହଳଦି, ରେଡ ଚିଲି, ଗୋଲମରିଚ ପାଉଡ଼ର, ଲୁଣ ପକାଇ ଭଲ ଭାବେ ମିଶାଇ ରଖି ଦିଅନ୍ତୁ।
ଏକ କରେଇରେ ତେଲ ଗରମ କରନ୍ତୁ। ସେଥିରେ ଗୋଟା ଗରମ ମସଲା ପକାନ୍ତୁ। ଏହାପରେ ଜିରା, ଛେଚା ଅଦା, ରସୁଣ ପକାନ୍ତୁ। ଏହା ଟିକେ ଭାଜି ହୋଇଗଲେ ପିଆଜ କଟା ପକାନ୍ତୁ। ଏହା ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏହାପରେ ସେଥିରେ ହଳଦି ପାଉଡର, ଚିଲି ପାଉଡ଼ର, ଧନିଆ ପାଉଡ଼ର, ଲୁଣ ପକାନ୍ତୁ। କିଛି ସମୟ ପରେ ୨ଟି ଟମାଟୋ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ସେଥିରେ ହାଫ୍ କପ୍ ପାଣି ପକାନ୍ତୁ। କିଛି ସମୟ ପରେ କରେଇରେ ଅଳ୍ପ ମସଲା ରଖି ଅବଶିଷ୍ଟ ବାହାର କରି ଥଣ୍ଡା କରନ୍ତୁ। ଏହାପରେ ତାକୁ ପେଷ୍ଟ କରି ନିଅନ୍ତୁ।
କରେଇରେ ଥିବା ଅଳ୍ପ ମସଲାରେ ମ୍ୟାରିନେଟ ହୋଇଥିବା ଚିକେନ ମିଶାନ୍ତୁ। ଏହାପରେ ସେଥିରେ ୨ ଚାମଚ କଞ୍ଚା ଲଙ୍କା ବଟା ମିଶାନ୍ତୁ। ଏହାକୁ ସିମ୍ରେ ଘୋଡ଼ାଇ ଚିକେନ୍ ସିଝିବାକୁ ଛାଡ଼ି ଦିଅନ୍ତୁ।
ଅନ୍ୟ ଏକ କରେଇରେ ତେଲ ଗରମ କରି କିଛି ଜିରା ପକାନ୍ତୁ। ସେଥିରେ ଅଦା, ରସୁଣ ଛେଚା ପକାନ୍ତୁ। ଏହାପରେ ଚପ୍ ହୋଇ କଟା ହୋଇଥିବା ମେଥି ପକାନ୍ତୁ। ଏହାପରେ ମିଡିୟମ ସାଇଜରେ କଟା ହୋଇଥିବା ପିଆଜ, କ୍ୟାପସିକମ ପକାନ୍ତୁ। ସେଥିରେ ହଳଦି, ଲଙ୍କା, ଜିରା, ଧନିଆ ପାଉଡର, ଲୁଣ ପକାନ୍ତୁ। ଏହାପରେ ସେଥିରେ ହାଫ କପ କାଜୁ ପେଷ୍ଟ ପକାନ୍ତୁ। ହାଫ କପ୍ ପାଣି ପକାଇ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ।
ଏହାପରେ ଚିକେନ ସିଝୁଥିବା କରେଇରେ ଏହି ମସଲାକୁ ଢାଳି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଉପରେ ଗରମ ମସଲ, କଟା କଞ୍ଚାଲଙ୍କା, କସ୍ତୁରୀ ମେଥି ପକାନ୍ତୁ। ଏହାକୁ ଢାଙ୍କୁଣି ଘୋଡ଼ାଇ କିଛ ସମୟ ପାଇଁ ଛାଡ଼ି ଦିଅନ୍ତୁ। ତା’ ପରେ ଫ୍ରେଶ୍ କ୍ରିମ ପକାଇ ଦିଅନ୍ତୁ। ଏହାପରେ ସର୍ଭ କରନ୍ତୁ।
The post ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିକେନ ପଟିଆଲା appeared first on Odisha Reporter.
from Odisha Reporter https://ift.tt/3tiT0jE
No comments:
Post a Comment