ନୂଆଦିଲ୍ଲୀ: ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଥିବା ସାଧାରଣ ଲୋକଙ୍କୁ କେନ୍ଦ୍ର ସରକାର ଆଉ ଏକ ବଡ଼ ଝଟକା ଦେଇଛନ୍ତି। ପୂର୍ବରୁ ତୈଳ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକମାନେ ଏବେ ବିମାନ ଭଡ଼ା ବୃଦ୍ଧିର ଶିକାର ହୋଇଛନ୍ତି। ଶୁକ୍ରବାର ଦେଶରେ ଘରୋଇ ବିମାନର ଭଡ଼ାକୁ କେନ୍ଦ୍ର ସରକାର ୫% ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ବିମାନ ଚଳାଚଳ ପାଇଁ ଆବଶ୍ୟକ ଇନ୍ଧନ ବା ଏଭିଏସନ ଟର୍ବାଇନ ଫ୍ୟୁଏଲ (ଏଟିଏଫ)ର ଦାମ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଘରୋଇ ବିମାନର ସର୍ବନିମ୍ନ ଭଡ଼ାକୁ ୫% ବୃଦ୍ଧି କରାଯାଇଛି। ତେବେ ସର୍ବାଧିକ ଭଡ଼ାକୁ ଅପରିବର୍ତ୍ତିତ ରଖାଯାଇଛି। ମାସକ ମଧ୍ୟରେ ୩ଥର ଦୈନିକ ଯାତ୍ରୀଙ୍କ ସଂଖ୍ୟା ୩.୫ ଲକ୍ଷ ଅତିକ୍ରମ କଲେ ଆମେ ଏହି ସେକ୍ଟରର ୧୦୦% ଅପରେସନକୁ ଅନୁମତି ଦେବୁ।
There has been a continuous rise in price of ATF so it has been decided to increase the lower fare band by 5% keeping the upper fare band unchanged. We may open the sector for 100% operations when daily passenger traffic crosses 3.5 lakhs on 3 occasions in a month.
— Hardeep Singh Puri (@HardeepSPuri) March 19, 2021
କରୋନା ସଂକ୍ରମଣ ଓ ବିଭିନ୍ନ ରାଜ୍ୟ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଥିବାରୁ ବିମାନ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି। ଏହି କାରଣରୁ ବିମାନ କମ୍ପାନୀଗୁଡ଼ିକ କ୍ଷମତାର ୮୦% ଯାତ୍ରୀଙ୍କୁ ନେଇ ସେବା ଜାରି ରଖିଥିବା ସେ କହିଛନ୍ତି।
ଗତ ମାସରେ ସରକାର ବିମାନ ସେବାଗୁଡ଼ିକର ସର୍ବନିମ୍ନ ଭଡ଼ା ୧୦% ଓ ସର୍ବାଧିକ ଭଡା ୩୦% ପ୍ରତିଶତ ବୃଦ୍ଧି କରିଥିଲେ। ଗତବର୍ଷ ମେ ମାସରୁ ଘରୋଇ ବିମାନ ଚଳାଚଳକୁ ଅନୁମତି ଦେବା ବେଳେ ବିମାନ ଉଡ଼ାଣ ସମୟ ଆଧାରରେ ୭ଟି ସ୍ତରରେ ଭଡ଼ାକୁ ବିଭକ୍ତ କରାଯାଇଥିଲା।
ଏହା ଅଧୀନରେ ୪୦ ମିନିଟରୁ କମ, ୪୦-୬୦ ମିନିଟ୍, ୬୦-୯୦ ମିନିଟ୍, ୯୦-୧୨୦ ମିନିଟ୍, ୧୨୦ରୁ ୧୫୦ ମିନିଟ୍, ୧୫୦-୧୮୦ ମିନିଟ୍, ୧୮୦-୨୧୦ ମିନିଟ୍ ଅନୁଯାୟୀ ବିମାନ ଭଡ଼ା ସ୍ଥିର କରାଯାଇଥିଲା।
The post ପୁଣି ମହଙ୍ଗା ମାଡ଼: ଏଥର ବଢ଼ିଲା ବିମାନ ଟିକେଟର ଦାମ appeared first on Odisha Reporter.
from Odisha Reporter https://ift.tt/3tGi1pw
No comments:
Post a Comment