‘ଗୋଟିଏ ମିନିଟ୍‌ ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ, ହେଲେ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 19, 2021

‘ଗୋଟିଏ ମିନିଟ୍‌ ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ, ହେଲେ…’

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ ଜିଲ୍ଲା ବାରକୋଟ ବନାଞ୍ଚଳ ବଡତୈଳା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ମୃତଦେହକୁ ପୋତି ଦିଆଯାଇଛି ।

ଦୁଇଦିନ ତଳେ ହାତୀଟି ଜଙ୍ଗଲକୁ ଆସିଥିଲା। ଉକ୍ତ ସମୟରେ ହାତୀଟି ଦୁର୍ବଳ ଥିବା ଜଣାପଡ଼ିବାରୁ ବନ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା । ଏହାସହ ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଗତକାଲି ମଧ୍ୟାହ୍ନରେ ଚିକିତ୍ସାବେଳେ ହାତୀଟିର ମୃତ୍ୟୁ ହୋଇଛି ।  ହାତୀର ବୟସ ୮-୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ଠିକ ସମୟରେ ଚିକିତ୍ସା କରାଯାଇଥିଲେ ହୁଏତ ହାତୀଟି ବଂଚିଯାଇଥାନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେବେ ଚିକିତ୍ସାରେ ଅବହେଳାକୁ ବନ ଅଧିକାରୀ ଖଣ୍ଡନ କରିଛନ୍ତି । ମୃତ ଦନ୍ତା ହାତୀର ଦୁଇଟି ଦାନ୍ତ ଉଦ୍ଧାର କରାଯାଇଛି।

ଏନେଇ ରେଞ୍ଜର କହିଛନ୍ତି, ହାତୀଟିର ଗତିବିଧି ଅନୁଧ୍ୟାନ ନିରୀକ୍ଷଣ କରି ତା’ ଅବସ୍ଥା ଭଲ ନ ଥିବା ଜାଣିପାରିଲୁ। ଏହାପରେ ତା’ ଉପରେ ନଜର ରଖାଯାଇଥିଲା। ଗୋଟିଏ ମିନିଟ୍‌ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ। କିନ୍ତୁ ଗତକାଲି ହଠାତ୍‌ ତା ଗତିବିଧି ବହୁତ କମ୍‌ ହୋଇଯାଇଥିଲା। ଏହାପରେ ଓୟୁଏଟି ପ୍ରଫେସରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଆରମ୍ଭ କଲା ବେଳକୁ ତା’ର ମୃତ୍ୟୁ ହୋଇଛି।

The post ‘ଗୋଟିଏ ମିନିଟ୍‌ ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ, ହେଲେ…’ appeared first on Odisha Reporter.



from Odisha Reporter https://ift.tt/2OJDwqC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages